ବୁଲଡୋଜର ମାଡ଼ରେ ନିଶା ମାଫିଆ ଘର ଧୂଳିସାତ
ପୁରୀ : ନିଶା ମାଫିଆଙ୍କୁ ନାହିଁ ମାଫ । ଜୋରଦାର ହୋଇଛି ଅପରେସନ ଚକ୍ର । ନୀଳଚକ୍ର ନଗରରେ ଥିବା ନିଶା ମାଫିଆ ଟିକି ଖାଁ ଘର ଉପରେ ବୁଲିଲା ବୁଲଡୋଜର । ସରକାରୀ ଜମି ଉପରେ ଥିବା ଦୁଇଟି ଘର ଏବଂ ହୁଳହୁଳିଆ ପୋଲ ନିକଟରେ ଥିବା ଗୋଟିଏ ଘର ଉପରେ ବୁଲଡୋଜର ବୁଲିଛି । ଡିସେମ୍ବର ୪ ତାରିଖରେ ସୁକାନ୍ତି ପଣ୍ଡା ନୀଳଚକ୍ର ନଗରରେ ସରକାରୀ ଜମି ଜବର ଦଖଲ କରି ବେଆଇନ ଭାବରେ କରିଥିବା ୪ଟି ଘରକୁ ଭାଙ୍ଗିଥିଲା ପୋଲିସ । ମଙ୍ଗଳବାର ପୁଣି ଥରେ ସୁକାନ୍ତି ପଣ୍ଡାର ଜ୍ବାଇଁ ଟିକି ଖାଁର ଘର ଉପରେ ପୋଲିସ ବୁଲଡୋଜର ବୁଲାଇଛି । ଶାଶୁ ଜ୍ୱାଇଁ ମିଶି ପୁରୀରେ ବିଭିନ୍ନ ସ୍ଥାନରେ ବ୍ରାଉନ ସୁଗାର ରାକେଟ ଚଳାଇଥିବା ପୋଲିସ୍କୁ ଖବର ମିଳିଥିଲା । ଏହି ମାମଲାରେ ଧରାପଡ଼ି ସୁକାନ୍ତି ପଣ୍ଡା ଜେଲରେ ରହିଛି ।
Tags:




