ଶ୍ଵେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଗିରଫ

ଭୁବନେଶ୍ୱର : ଭୂବନେଶ୍ୱରର ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ଗିରଫ କରିଛି ପୋଲିସ । ଗତକାଲି ରାତିରେସମ୍ବଲପୁର ବଂଶୀଧର ନଗର ସ୍ଥିତ ଘରୁ ସୌମ୍ୟଜିତ୍‌ଙ୍କୁ ଗିରଫ କରାଯାଇଛି । ବରେଇପାଲ୍ଲୀ ଥାନାରେ ଔପଚାରିକତା ସାରିବା ପରେ ସୌମ୍ୟଜିତ୍‌ଙ୍କୁ ସମ୍ବଲପୁରରୁ ଭୁବନେଶ୍ୱରକୁ ଅଣାଯାଉଛି। ସୂଚନାନୁସାରେ, ୨୦୨୨ ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ। ଭୁବନେଶ୍ୱରର ଶୈଳଶ୍ରୀ ବିହାର ସ୍ଥିତ ଇନଫୋସିଟି ଗାର୍ଡେନ ଆପାର୍ଟମେଣ୍ଟରୁ ଶ୍ୱେତାଙ୍କ ମୃତଦେହ ମିଳିଥିଲା। […]

Samaya Live Picture
Published On

ଭୁବନେଶ୍ୱର : ଭୂବନେଶ୍ୱରର ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ଗିରଫ କରିଛି ପୋଲିସ । ଗତକାଲି ରାତିରେସମ୍ବଲପୁର ବଂଶୀଧର ନଗର ସ୍ଥିତ ଘରୁ ସୌମ୍ୟଜିତ୍‌ଙ୍କୁ ଗିରଫ କରାଯାଇଛି । ବରେଇପାଲ୍ଲୀ ଥାନାରେ ଔପଚାରିକତା ସାରିବା ପରେ ସୌମ୍ୟଜିତ୍‌ଙ୍କୁ ସମ୍ବଲପୁରରୁ ଭୁବନେଶ୍ୱରକୁ ଅଣାଯାଉଛି।

ସୂଚନାନୁସାରେ, ୨୦୨୨ ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ। ଭୁବନେଶ୍ୱରର ଶୈଳଶ୍ରୀ ବିହାର ସ୍ଥିତ ଇନଫୋସିଟି ଗାର୍ଡେନ ଆପାର୍ଟମେଣ୍ଟରୁ ଶ୍ୱେତାଙ୍କ ମୃତଦେହ ମିଳିଥିଲା। ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମୋଟମ ରିପୋର୍ଟରୁ ଜଣାପଡ଼ିଥିଲା। ଶ୍ୱେତାଙ୍କ ମୃତ୍ୟୁ ପାଇଁ ପ୍ରେମିକ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ପରିବାରଲୋକ।

ଶ୍ୱେତାଙ୍କ କଲ୍‌ ଡିଟେଲ୍ସ ବାହାରିବା ପରେ ଜଣା ପଡିଥିଲା କି ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିଲେ କିନ୍ତୁ ସୌମ୍ୟଜି ଫୋନ ଉଠାଇ ଉଠାଇ ନଥିଲେ । ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା। ତେବେ ଏହି ସମୟରେ ଶ୍ଵେତାଙ୍କର ଜଣେ ବନ୍ଧୁ ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ପ୍ରତାରଣାର କାହାଣୀ ବିଷୟରେ ଅନେକ ତଥ୍ୟ ଗଣମାଧ୍ୟମକୁ ଦେଇଥିଲେ।

ଝିଅର ଅଚାନକ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ତାଙ୍କ ପରିବାର ଏଥିନିମନ୍ତେ ସୌମ୍ୟଜିତ ମହାପାତ୍ରଙ୍କୁ ଦାୟୀ କରିଥିଲେ। ଏନେଇ ଗତବର୍ଷ ଚନ୍ଦ୍ରଶେଖରପୁର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା। ଶ୍ବେତାଙ୍କ ବାପା ଓ ଦୁଇ ଭାଇ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ର ନାଁରେ ଅଭିଯୋଗ କରିଥିଲେ। ସୌମ୍ୟଜିତ୍ ବିଭିନ୍ନ ସମୟରେ ତାଙ୍କ ଝିଅକୁ ବ୍ଲାକମେଲ୍ କରି ମାନସିକ ନିର୍ଯାତନା ଦେବା ସହ କିଛି ଟଙ୍କା ନେଇଥିବା କଥା ସେମାନେ ଅଭିଯୋଗ କରିଥିଲେ। ଦୀର୍ଘ ଦିନ ଧରି ଲିଭ୍-ଇନ୍ ସମ୍ପର୍କରେ ରହିବା ପରେ ବାହାଘର ଭାଙ୍ଗିଯିବାରୁ ଶ୍ବେତା ଘୋର ମାନସିକ ଚାପରେ ଥିଲେ ଜଣାପଡ଼ିଥିଲା। ଶ୍ବେତାଙ୍କ ଘରଲୋକ ଏକଥା ଜାଣିବା ପରେ ଦୁହିଁଙ୍କ ବିବାହ କରାଇଦେବାକୁ ସୌମ୍ୟଜିତଙ୍କ ପରିବାରକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସୌମ୍ୟଜିତଙ୍କ ପରିବାର ଯୌତୁକ ବାବଦକୁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନହେଲେ ମଧ୍ୟ ଶ୍ବେତାଙ୍କ ବାପା ଏଥିପାଇଁ ଏକପ୍ରକାର ବାଧ୍ୟ ହୋଇଥିଲେ। ପରେ ଏହାକୁ ନେଇ ଶ୍ବେତା ଓ ସୌମ୍ୟଜିତଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଓ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

ଏହି ଘଟଣା ପରେ ଶ୍ୱେତାଙ୍କ ବାପା କହିଥିଲେ, ସୌମ୍ୟଜିତ ମୋ’ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ସେ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଶୋଷଣ କରୁଥିଲା। ମୋ’ ଝିଅକୁ ନିର୍ଯାତନା ଦେଉଥିଲା, ତା’ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଜୀବନ ହାରିଲା। ମୋ ଝିଅର ମରିବା ପାଇଁ କେବଳ ସୌମ୍ୟଜିତ ହିଁ ଦାୟୀ।