ଯୁବତୀଙ୍କୁ ନିର୍ମମ ହତ୍ୟା ଘଟଣାରେ ପ୍ରେମିକ ଗିରଫ

ଯୁବତୀଙ୍କୁ ନିର୍ମମ ହତ୍ୟା ଘଟଣାରେ ପ୍ରେମିକ ଗିରଫ
Samaya Live News Picture
Published On

ଜଗତସିଂହପୁର: ଜଗତସିଂହପୁର ସଦର ଥାନା କାଠିଆପଡା ଗାଁରେ ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣା । ଜାମସେଦପୁରରୁ ହତ୍ୟାକାରୀ ପ୍ରେମିକ ଗିରଫ । ଗିରଫ କଲା ଜଗତସିଂହପୁର ପୋଲିସ । ଗତକାଲି ରାତି ୨ ଟାରେ ଜଗତସିଂହପୁର ଥାନାରେ ପହଂଚିଛି ଅଭିଯୁକ୍ତ । ଆଜି ହୋଇପାରେ ଟି ଆଇ ପରେଡ଼ । ନିର୍ବନ୍ଧ ହେବା ପରେ ସସ୍ମିତାଙ୍କୁ ମୁଗ ବିଲ ନିକଟରକୁ ଡାକି ହତ୍ୟା କରିଥିଲା ପ୍ରେମିକ । ପ୍ରେମିକ ଘର ଜଗତସିଂହପୁର ଅଂଚଳର । ଜାମସେଦପୂର୍ ରେ ରହି ବ୍ୟବସାୟ କରେ । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲା ।  

ସୂଚନାନୁସାରେ,  ଜଗତସିଂହପୁର ଥାନା କାଠିଆପଡ଼ା ଡଲି ଓରଫ୍ ସସ୍ମିତା ଦାସଙ୍କର ଗତ ରବିବାର ଦିନ ମାମୁ ଘର ଧୁଆଁପାରିରେ ନିର୍ବନ୍ଧ ସରିଥିଲା  ଏବଂ ମେ' ୧୦ତାରିଖରେ ବିବାହ ସ୍ଥିର ହୋଇଥିଲା । ଏହାପରେ ସସ୍ମିତା ମଙ୍ଗଳବାର କାଠିଆପଡା ସ୍ଥିତ ନିଜ ଘରକୁ ଫେରିଥିଲେ । ସୋମବାର ରାତିରେ   ଖାଇବା ପୂର୍ବରୁ ପଡ଼ୋଶୀ ଘରକୁ ଯିବାକୁ କହି ଆଉ ଫେରି ନଥିଲେ ସସ୍ମିତା। ଏହାପରେ ଫୋନ ସୁଇଚ ଅଫ ଆସୁଥିଲା । ପରିବାର ଲୋକମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିବା ବେଳେ ଝିଅକୁ ପାଇ ନଥିଲେ । ପରେ ୨୧ ତାରିଖ ଦିନ ମୁଗ ବିଲରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା  । ସେପଟେ ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଥିଲା । ବିଭିନ୍ନ ସ୍ଥାନରେ ଚଢାଉ ପରେ ଜାମସେଦପୁରରୁ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।

Tags: