ଦିଲ୍ଲୀର ୪ ଟି ଘରୋଇ ସ୍କୁଲକୁ ବୋମା ଧମକ
ନୂଆଦିଲ୍ଲୀ : ଦିଲ୍ଲୀର ୪ଟି ଘରୋଇ ସ୍କୁଲକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଛି । ସୂଚନା ପାଇବା ପରେ ଘଟମାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏଯାଏଁ କୌଣସି ଜିନିଷ ମିଳିନାହିଁ । ଅନ୍ୟପକ୍ଷରେ ଲୋଧି ଇଷ୍ଟେଟରେ ଥିବା ସର୍ଦ୍ଦାର ପଟେଲ ବିଦ୍ୟାଳୟ ଏହାର ଏହାର ଛାତ୍ରମାନଙ୍କ ଅଭିଭାବକଙ୍କୁ ଏକ ମେସେଜ ପଠାଇ ସୁରକ୍ଷା ବିଷୟରେ ସୂଚନା ଦେଇଛି ।
ସୂଚନାନୁଯାୟୀ, ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳର ଲୋରେଟୋ କନଭେଣ୍ଟ ସ୍କୁଲକୁ ସକାଳ ପ୍ରାୟ ୮ ଟା ୨୨ ମିନିଟରେ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏହା ପରେ ସିଆର୍ ପାର୍କରେ ଥିବା ଡନ୍ ବାସ୍କୋ ସ୍କୁଲକୁ ପ୍ରାୟ ୯ ଟା ୧୮ ମିନିଟ୍ ସମୟରେ ସମାନ୍ ଧମକପୂର୍ଣ୍ଣ କଲ୍ ଆସିଥିଲା । ଆନନ୍ଦ ନିକେତନର କାର୍ମେଲ ସ୍କୁଲକୁ ମଧ୍ୟ ସକାଳ ୯ ଟା ୨୨ ମିନିଟରେ ମାଡ଼ ଧମକ ମିଳିଥିଲା । ଦ୍ବାରକାର ସେକ୍ଟର ୨୩ରେ ଥିବା କାର୍ମେଲ ସ୍କୁଲକୁ ୯ ଟା ୨୫ ମିନିଟରେ ସମାନ୍ ମେଲ୍ ଆସିଥିଲା । ଏହାରି ମଧ୍ୟରେ ଏହାର ସୂଚନା ପାଇବା ପରେ ପୋଲିସ ଦଳ ସ୍କୁଲଗୁଡିକରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳର ଯାଞ୍ଚ ମଧ୍ୟ ଜାରି ରଖିଛି ।
ସୂଚନାନୁସାରେ,ଗତକାଲି ଚଣ୍ଡିଗଡ଼ର ୨୬ଟି ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଥିଲା । ଅଗ୍ନିଶମ ବାହିନୀ, ପୋଲିସ ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ । ଘଟଣାର ଯାଞ୍ଚ ଚାଲିଥିବାବେଳେ ଚଣ୍ଡିଗଡ଼ ପୋଲିସ ଏହାକୁ ଏକ ମିଥ୍ୟା କଲ୍ ବୋଲି ସନ୍ଦେହ କରୁଛି ।



