ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଦଶପଲ୍ଲା : ଯୁବକଙ୍କୁ ହତ୍ୟା କରି ରାସ୍ତା କଡରେ ଫିଙ୍ଗିଦେଲେ ଦୁର୍ବୁତ୍ତ । ଦଶପଲ୍ଲା ଥାନା ପଙ୍କୁଆ-କଳସାଖମଣ ରାସ୍ତାର ଉଦୁଡ଼ା ଗାଁ ଠାରୁ ୨୦୦ମିଟର ଦୂରରେ  ଯୁବକଙ୍କ ମୃତଦେହଟି କ୍ଷତାକ୍ତ ଅବସ୍ଥାରେ ପଡିଥିବାର ଦେଖାଯାଇଥିଲା । ମୁହଁ ତଳକୁ କରି ମୃତଦେହଟି ପଡିଥିଲା । ନିକଟରେ ଏକ ହ୍ୟାଣ୍ଡ ବ୍ୟାଗ୍ ,ହେଲମେଟ ,ବାଇକ୍ ଥିବାବେଳେ ମୃତ ଯୁବକଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା  I ମୃତ ଯୁବକ ଜଣକ ପୋଖରୀଗୋଛା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିହ୍ନାପହଁରା ଗ୍ରାମର ହରି ଥାଟୋଇ ବୋଲି ଜଣାପଡିଛି। ସେ ବ୍ରହ୍ମପୁରରେ ରହି ପାଠ ପଢୁଥିବାବେଳେ ଗତକାଲି ସନ୍ଧ୍ୟାବେଳେ ଦଶପଲ୍ଲାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଆସି ଫେରିଥିଲେ । କିନ୍ତୁ ଆଜି ସକାଳେ ତାଙ୍କ ମୃତଦେହ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିଲା ।

ସମ୍ବନ୍ଧିତ ଖବର  ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ସମସ୍ତ ସାମଗ୍ରୀ ଜବତ କରି  ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଚଳାଇଛି। ମାଓବାଦୀମାନେ ହତ୍ୟା କରିଥିବା ନେଇ ସ୍ଥାନୀୟ ଲୋକେ ଆଶଙ୍କା କରୁଥିବାବେଳେ ଏହି ଘଟଣାରେ ଭୟଭୀତ ଅଛନ୍ତି ଅଞ୍ଚଳବାସୀ  ।

ସମ୍ବନ୍ଧିତ ଖବର ବ୍ଲେଡ ଆକ୍ରମଣରେ କଲେଜ ଛାତ୍ରୀ ଗୁରୁତର

Tags: