ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ବାଲେଶ୍ୱର : ହୋଟେଲ୍ରୁ ଜୀବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ଅଧୀନ ହୋଟେଲ ସୁରଜରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ହୋଟେଲ ର ରୁମ ନ୦-୫୦୨ ରୁ ମୃତଦେହ ମିଳିଛି I ମୃତକ ହେଲେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁଁହା ଫାଣ୍ଡି ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ। ତ୍ରୀକୋଣୀୟ ପ୍ରେମକୁ ନେଇ ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି I ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ସମ୍ବନ୍ଧିତ ଖବର ସ୍ମାର୍ଟ ମିଟର ଲଗାଇବାକୁ ସରକାରଙ୍କ ଘୋଷଣା

ସୂଚନା ଅନୁସାରେ ୨ ଦିନ ପୂର୍ବରୁ ହୋଟେଲ ସୁରଜର ତୃତୀୟ ମହଲା ରୁମ୍ ନମ୍ବର ୫୦୨ରେ ଆକାଶଙ୍କ ସହିତ ଅନ୍ୟଜଣେ ଯୁବକ ଓ ଯୁବତୀ ନକଲି ପରିଚୟ ପତ୍ର ଦେଇ ରହିଥିଲେ । ଗତକାଲି ରୁମ୍ ନ ଖୋଲିବାରୁ ସନ୍ଦେହ କରି ହୋଟେଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖିଛି । ତେବେ ଏଥିରେ ଜଡ଼ିତ ଥିବା ଯୁବତୀ ଜଣକ ଫେରାର ହୋଇ ଯାଇଥିବାରୁ ତାଙ୍କର ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରିଛି । ତାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।  ଅଟକ ଥିବା ଯୁବକ, ଫେରାର ଥିବା ଯୁବତୀ ଓ ମୃତ ଆକାଶ ର ସାନଭାଇ ଓ ପତ୍ନୀ ବୋଲି ପ୍ରାଥମିକ ସୂଚନା ମିଳିଛି । ୫୦୫/୨୫ରେ ମାମଲା ୠଜୁକରି ସହଦେଵ ଖୁଣ୍ଟା ପୋଲିସ ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I

ସମ୍ବନ୍ଧିତ ଖବର ଶାରଳା ବସ ଧକ୍କାରେ ମହିଳା ସାମ୍ବାଦିକାଙ୍କ ସମେତ ୨ ମୃତ

Tags: