୨ ଗାଁ ମଧ୍ୟରେ ଉତ୍ତେଜନା, ବିଏନଏସ -୧୬୩ ଧାରା ଜାରି

ସ୍କୁଲକୁ ୪ ଦିନ ପାଇଁ ଛୁଟି ଘୋଷଣା

୨ ଗାଁ ମଧ୍ୟରେ ଉତ୍ତେଜନା, ବିଏନଏସ -୧୬୩ ଧାରା ଜାରି

ମାଲକାନଗିରି : ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା । ୨ ଗାଁ ମଧ୍ୟରେ ବିଏନଏସ -୧୬୩ ଧାରା ଜାରି । ୨ ଗାଁ ମଧ୍ୟରେ ପୋଡାଜଳା ଲାଗି ରହିବାରୁ MV -୨୬ ଏବଂ ରାଖାଲଗୁଡ଼ା ଗାଁରେ ବିଏନଏସ -୧୬୩ ଧାରା ଜାରି କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥରେ ବ୍ୟାପକ ଫୋର୍ସ ମୁତୟନ ହୋଇଛି  । ଏହାସହିତ ଉଭୟ ଗାଁର ଥିବା ସମସ୍ତ ସ୍କୁଲକୁ ୪ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

Read More ରେପୋ ହ୍ରାସ କଲା ଆରବିଆଇ

ସୂଚନାନୁସାରେ,ଗତ ୪ ଦିନ ତଳେ ପୋଟେରୁ ନଦୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ଏହାକୁ ନେଇ ୨ ଗାଁ MV-26  ଏବଂ ରାଖାଲଗୁଡ଼ା ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା  । ରାଖାଲଗୁଡା ଗାଁର କିଛି ଲୋକ MV-26 ଗାଁର ଜଣଙ୍କ ପାଳ ଗଦା ଓ ଘରେ ନିଆଁ ଲଗାଇ ଦେଇଛନ୍ତି । ତେବେ ରାଖାଲଗୁଡା ଗାଁ ଲୋକଙ୍କ ଆକ୍ରମଣ ପରେ ଭୟଭୀତ ହୋଇ MV-26 ଗାଁ ର ସମସ୍ତ ଲୋକେ ଘର ଛାଡ଼ି ପାଖଗାଁ କୁ ଚାଲିଯାଇଛ ନ୍ତି। କୌଣସି ଅଘଟଣ ଆଶଙ୍କାରେ ଗାଁରେ ଓଡିଶା ପୋଲିସ, ଡିଭିଏଫ ଜବାନ ଓ ବିଏସଏଫ ମୁତୟନ ହୋଇଛନ୍ତି । ପୂର୍ବରୁ ମହିଳା ଜଣଙ୍କ ନିଖୋଜ ଥିବା ନେଇ କୋରୁକୋଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ମୁଣ୍ଡ ମିଳି ନ ଥିବା ବେଳେ ଘଟଣାକୁ ନେଇ  ଉତ୍ତେଜନା ଲାଗି ରହିଛି।  ଘଟଣା ସ୍ଥଳରେ ମାଲକାନଗିରି ଏସଡିପିଓ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ବାହାର ଲୋକଙ୍କୁ ଗାଁ ଭିତରକୁ ଛଡା ଯାଉନାହିଁ । 

Read More ବାରବାଟୀରେ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

Tags: