ବ୍ଲାକ୍ମେଲିଂ କୁଇନଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ
ଭୁବନେଶ୍ୱର:ବ୍ଲାକ୍ମେଲିଂ କୁଇନ ଅର୍ଚନା ନାଗଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ I ବ୍ଲାକ୍ମେଲିଂ କରି ଅର୍ଥ ରୋଜଗାର କରୁଥିବା ଅଭିଯୋଗ ରେ ଗତ ୫ ତାରିଖ ସକାଳେ ତାଙ୍କୁ ପୋଲିସ ଗିରଫ କରିଥିଲା I ବର୍ତ୍ତମାନ ସେ ଝାରପଡା ଜେଲରେ ରହିଛନ୍ତି I ତେବେ ତାଙ୍କ ପାଖରୁ ଅଧିକ ତଥ୍ୟ ହାସଲ କରିବା ଲାଗି ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ। ଖାଲି ସେତିକିନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନଡ୍ରାଇଭର ଛାନଭିନ୍ କରୁଛି ପୁଲିସ୍। […]
ଭୁବନେଶ୍ୱର:ବ୍ଲାକ୍ମେଲିଂ କୁଇନ ଅର୍ଚନା ନାଗଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ I ବ୍ଲାକ୍ମେଲିଂ କରି ଅର୍ଥ ରୋଜଗାର କରୁଥିବା ଅଭିଯୋଗ ରେ ଗତ ୫ ତାରିଖ ସକାଳେ ତାଙ୍କୁ ପୋଲିସ ଗିରଫ କରିଥିଲା I ବର୍ତ୍ତମାନ ସେ ଝାରପଡା ଜେଲରେ ରହିଛନ୍ତି I ତେବେ ତାଙ୍କ ପାଖରୁ ଅଧିକ ତଥ୍ୟ ହାସଲ କରିବା ଲାଗି ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ। ଖାଲି ସେତିକିନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନଡ୍ରାଇଭର ଛାନଭିନ୍ କରୁଛି ପୁଲିସ୍। ଅର୍ଚ୍ଚନା ନାଗଙ୍କ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରିବ ପୁଲିସ। ବିଶେଷ କରି କେଉଁମାନଙ୍କୁ ବ୍ଲାକମେଲ୍ କରି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ସେମାନଙ୍କଠାରୁ କେତେ ଟଙ୍କା ହଡପ କରିଛନ୍ତି , ସେନେଇ ବି ଜେରା କରାଯିବ । ଏହାଛଡା ଏହି କଳା କାରନାମାରେ ଆଉ କିଏ କିଏ ଜଡିତ ଅଛନ୍ତି ସେ ବିଷୟରେ ମଧ୍ୟ ସବିଶେଷ ତଥ୍ୟ ହାସଲ କରିବ ପୋଲିସ I
ସୂଚନାନୁସାରେ ନିକଟରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ କାଷ୍ଟିଙ୍ଗ କାଉଚର ଅଭିଯୋଗ ଆଣିଥିଲେ ଅର୍ଚନା Iଏହାପରେ କ୍ୟାମେରା ଆଗରେ ନିଜକୁ ଦଳିତ ବର୍ଗର ଦର୍ଶାଇ,ଅକ୍ଷୟ ପରିଜା ତାଙ୍କୁ ଫିଲ୍ମ ଅଭିନୟର ସୁଯୋଗ ଦେବେ କହି ଶାରୀରିକ ଶୋଷଣ କରୁଥିବା ବର୍ଣ୍ଣନା କରିଥିଲେ I ତେବେ ଏହି ଘଟଣା ପଦାକୁ ଆସିବାପରେ ଅକ୍ଷୟ ପରିଜା ଖଣ୍ଡଗିରି ଥାନାରେ ଏତାଲା ଦେଇଥିଲେ I ସେହିଘଟଣାର ପୋଲିସ ଖୋଳତାଡ଼ କରୁଥିବା ବେଳେ ଅର୍ଚ୍ଚନାଙ୍କ ଲମ୍ବା କାହାଣୀ ଜଣା ପଡିଥିଲା I
ଅର୍ଚ୍ଚନାଙ୍କ ନାଗଫାଶ ରେ ପଡ଼ିଥିଲେ ବହୁ ବଡ଼ ବଡ଼ ରାଜନେତା ,ପୂର୍ବତନ ମନ୍ତ୍ରୀ ,ବିଧାୟକ,ବର୍ତ୍ତମାନର କିଛି ଯୁବ ବିଧାୟକ,ବହୁ ବିଲଡର ,ବ୍ୟବସାୟୀ ଏପରିକି କିଛି ଗହଣା ଦୋକାନୀ ମଧ୍ୟ I ପ୍ରଥମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ବନ୍ଧୁତା,ଏହାପରେ ପ୍ରେମ ସମ୍ପର୍କ ଆରମ୍ଭ କରନ୍ତି ଅର୍ଚ୍ଚନା I ତାପରେ ଘରକୁ ଡକାଇ ଶାରୀରିକ ସମ୍ପର୍କ ମାଧ୍ୟମରେ ଗୁପ୍ତ ଭାବରେ ସୁଟିଂ କରନ୍ତି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ I ଏଥିରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସଂପର୍କୀୟ ଭାଇ ଖଗେଶ୍ବର ତାଙ୍କୁ ସହାୟତା କରୁଥିବା ଜଣା ପଡିଛି I ପରେ ଏହି ଭିଡିଓ ଫୁଟେଜ ଦେଖାଇ ବ୍ଲାକ୍ମେଲିଂ କରି ବିପୁଳ ଅର୍ଥ ଡିମାଣ୍ଡ କରିଥାନ୍ତି I ଏହି ଲୁଟ ଅର୍ଥରୁ ସେ ଜିଉଁ ଥିଲେ ସୌଖିନ ଜୀବନ I ତାଙ୍କ ପାଖରେ ଆଲିସାନ୍ ବଙ୍ଗଳା ସହିତ ଘରେ ରହିଛି ଆଖି ଖୋସି ହୋଇଗଲା ଭଳି ଆସବାବପତ୍ର । ୧୧ ଲକ୍ଷ ଟଙ୍କାର ପଲଙ୍କ, ୫ ଲକ୍ଷ ଟଙ୍କା ମୂଲ୍ୟର ସୋଫା, ୨ ଲକ୍ଷ ଡାଇନିଂ ଟେବୁଲ, ୩ ଲକ୍ଷ ଦୁଇଟି ଦିୱାନ୍ ସେଟ୍ ଓ ଦାମୀ ଫର୍ଣ୍ଣିଚର,୩ଟି ବିଦେଶୀ କୁକୁର ଏବଂ ଗୋଟିଏ ଘୋଡା ରହିଛି । ଖାଲି ଘର ନୁହେଁ, ଅନେକ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ରହିଛି ।
ଆହୁରିମଧ୍ୟ ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଅର୍ଚ୍ଚନା ଓ ଜଗବନ୍ଧୁ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ କାର୍ ସୋ ରୁମ୍ରେ ଟଙ୍କା ଖଟାଇଛନ୍ତି । ଆଉ ୨ଟି ପ୍ରାଇଭେଟ୍ କମ୍ପାନୀର ମାଲିକ । ଯାହାର କିଛି ଖାତା ଖତିଆନ୍ ନାହିଁ । ୨୭ ବର୍ଷୀୟ ଅର୍ଚ୍ଚନା ନାଗ ତାଙ୍କ ନାଗ ଫାସ ବିଛାଇ ମାତ୍ର ୫ ବର୍ଷ ମଧ୍ୟରେ ହୋଇ ପାରିଥିଲେ ୨୭ କୋଟିରୁ ଅଧିକ ଟଙ୍କାର ମାଲିକାଣୀ I
ଅନ୍ୟପଟେ ଅର୍ଚ୍ଚନା ଙ୍କୁ ଏକ ଅଜ୍ଞାନ୍ତ ସ୍ଥାନ ରେ ରଖି ୬ ତାରିଖରେ ଜେରା କରିଥିଲେ ଡିସିପି I ପୋଲିସର ଜେରା ବେଳେ ସବୁ ସତକଥା ଉଗାଳିଛନ୍ତି ଅର୍ଚ୍ଚନା । ଏହି ଜେରା ବେଳେ ସେ ରାଜନେତା, ବିଲ୍ଡର, ବ୍ୟବସାୟୀଙ୍କ ବଡ଼ ତାଲିକା ପୁଲିସ ହାତରେ ଧରାଇଛନ୍ତି । ଆଉ ପୁଲିସକୁ କହିଛନ୍ତି, ଏସବୁ ଟଙ୍କା ବ୍ଲାକ୍ମେଲିଂରୁ କମାଇନାହାନ୍ତି । ଏହା ତାଙ୍କୁ ଗିଫ୍ଟ ଆକାରରେ ମିଳିଛି I ତେବେ କୋର୍ଟ ଚାଲାଣ କରିବା ପୂର୍ବରୁ ଏମସ୍ ହସ୍ପିଟାଲ୍ରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଭିଡିଓ କନ୍ଫରେନ୍ସ (ଭିସି) ଜରିଆରେ ଏସ୍ଡିଜେଏମ୍ଙ୍କ ନିକଟରେ ହାଜର କରାଯାଇଥିଲା । ପରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଅର୍ଚ୍ଚନାଙ୍କ ବିରୋଧରେ ପୁଲିସ କେସ୍ ନମ୍ବର-୪୯୬/୨୨ ମାମଲା ରୁଜୁ କରିଛି।




