ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା କମିସନରେଟ୍ ପୋଲିସ, ରୂପଜୀବୀଙ୍କ ସହ ଜୁଆ ଖେଳୁଥିଲେ
ଭୁବନେଶ୍ୱର: ଭିଭିଆଇପିମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ ସୁଟ୍ କରି ବ୍ଲାକ୍ମେଲ କରି ଅର୍ଥ ହଡ଼ପ କରୁଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଆଜି କମିସନରେଟ୍ ପୋଲିସ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇଛି । ସତ୍ୟବିହାରସ୍ଥିତ ଘରେ ତାଙ୍କୁ କିଛି ସମୟ ପଚରାଉଚରା ପରେ ପୋଲିସ ଜଗବନ୍ଧୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହାପୂର୍ବରୁ ଜଗବନ୍ଧୁଙ୍କୁ ଥାନାକୁ ଡାକି ଛାଡ଼ି ଦିଆଯାଇଥିଲା । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଛଡ଼ା ଯାଇଥିବା ସୂଚନା ମିଳିଛି । ତେବେ […]
ଭୁବନେଶ୍ୱର: ଭିଭିଆଇପିମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ ସୁଟ୍ କରି ବ୍ଲାକ୍ମେଲ କରି ଅର୍ଥ ହଡ଼ପ କରୁଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଆଜି କମିସନରେଟ୍ ପୋଲିସ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇଛି । ସତ୍ୟବିହାରସ୍ଥିତ ଘରେ ତାଙ୍କୁ କିଛି ସମୟ ପଚରାଉଚରା ପରେ ପୋଲିସ ଜଗବନ୍ଧୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ଏହାପୂର୍ବରୁ ଜଗବନ୍ଧୁଙ୍କୁ ଥାନାକୁ ଡାକି ଛାଡ଼ି ଦିଆଯାଇଥିଲା । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଛଡ଼ା ଯାଇଥିବା ସୂଚନା ମିଳିଛି । ତେବେ ଜଗବନ୍ଧୁଙ୍କଠାରୁ ଅନେକ ନୂଆ ତଥ୍ୟ ସହିତ ନେତା ମନ୍ତ୍ରୀଙ୍କ କଳା କଳାରାନାମା ବିଷୟରେ ଅନେକ କିଛି ସୂଚନା ମିଳିବ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ଜଗବନ୍ଧୁର ଅନେକ ଗୁମର ପର୍ଦ୍ଦାଫାସ ହୋଇଛି । ସେ ସେ ଚୀନ୍ ଓ ଜାପାନର ରୂପଜୀବୀମାନଙ୍କ ଯୋଗାଯୋଗରେ ରହି ଜୁଆ ଖେଳୁଥିଲା ବୋଲି ସୂଚନା କମିସନରେଟ୍ ପୋଲିସକୁ ପ୍ରମାଣ ମିଳିଛି । ବିଦେଶୀ ରୂପଜୀବୀଙ୍କ ଜଗବନ୍ଧୁ ଅନ୍ଲାଇନ୍ ଜରିଆରେ ଯୋଗାଯୋଗ ରଖୁଥିଲା । ଏକ ହ୍ୱାଟ୍ସଆପ୍ ଗ୍ରୁପ୍ କରି ସେଥିରେ ସେ ଚାଟିଂ (ବାର୍ତ୍ତାଳାପ)କରୁଥିଲା । ସେ ଯେଉଁ ଗ୍ରୁପ୍ରେ ଥିଲା ତାର ଆଡମିନ୍ ବା ମୁଖ୍ୟ ଥିଲା ଜାପାନର ଜଣେ ଜିଓଙ୍ଗ ନାମକ ବ୍ୟକ୍ତି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଜିଓଙ୍ଗର ସାମାଜିକ ଗଣମାଧ୍ୟମରେ ବହୁ ଆକାଉଣ୍ଟ୍ ଓ ଫ୍ୟାନ୍ କ୍ଲବ୍ ରହିଛି । ସେହିପରି ତାର ବହୁତ ଫଲୋଅର୍ସମାନେ ମଧ୍ୟ ରହିଛନ୍ତି । ବିଦେଶୀ ଯୁବତୀ ବା ରୂପଜୀବୀଙ୍କ ଅର୍ଦ୍ଧନଗ୍ନ ଫଟୋରେ ନମ୍ବର ଦିଆଯାଇ ଲୋକଙ୍କୁ ଉକ୍ତ ଆକାଉଣ୍ଟ୍ ପ୍ରତି ଆକର୍ଷିତ କରାଯାଉଥିଲା । ଏହାକୁ ମାଧ୍ୟମ କରି ସେ ଚୀନ୍ ଓ ଜାପାନର ନିର୍ଦ୍ଦିଷ୍ଟ କିଛି ଅନଲାଇନ୍ ଜୁଆ ଗେମ୍ ମଧ୍ୟ ଖେଳୁଥିଲା । ସେହିପରି ଜଗବନ୍ଧୁ ସେହି ଆକାଉଣ୍ଟରେ ରହିଥିଲା । ସେ ନିୟମିତ ବିଦେଶୀ ରୂପଜୀବୀଙ୍କ ସହିତ ଯୋଗାଯୋଗରେ ରହୁଥିଲା । ଏହି ବିଷୟରେ ଯେପରି ତଥ୍ୟ ବାହାକୁ ନଆସେ ,ସେଥିପାଇଁ ଜଗବନ୍ଧୁ ଓ ଅର୍ଚ୍ଚନା ସାମାଜିକ ଗଣମାଧ୍ୟମରେ ପ୍ରାୟ ୨୦ରୁ ଅଧିକ ଆକାଉଣ୍ଟ ଖୋଲି ବ୍ୟବସାୟ କରୁଥିବା ସୂଚନା ମିଳିଛି ।




