ଭୁବନେଶ୍ୱର : ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଆତ୍ମହତ୍ୟା ଜନିତ ଘଟଣା I ଭୁବନେଶ୍ୱର ରେ ପୁଣି ଜଣେ ନର୍ସିଂ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା I ମୃତI ଛାତ୍ରୀ ଜଣକ ହେଲେ କୁନି କୁ୍ଅଁର। ତାଙ୍କ ଘର ବଲାଙ୍ଗୀରରେ ବୋଲି ସୂଚନା ମିଳିଛି। ପୁଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ,ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି I ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ କୁନି ଦୁଇଦିନ ଧରି ମାନସିକ ଚାପରେ ଥିଲେ। ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଆତ୍ମହତ୍ୟା ଜନିତ ଘଟଣା I ଭୁବନେଶ୍ୱର ରେ ପୁଣି ଜଣେ ନର୍ସିଂ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା I ମୃତI ଛାତ୍ରୀ ଜଣକ ହେଲେ କୁନି କୁ୍ଅଁର। ତାଙ୍କ ଘର ବଲାଙ୍ଗୀରରେ ବୋଲି ସୂଚନା ମିଳିଛି। ପୁଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ,ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି I
ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ କୁନି ଦୁଇଦିନ ଧରି ମାନସିକ ଚାପରେ ଥିଲେ। ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ଘର ଲୋକକୁ ଫୋନ କରି ଜଣାଇ ଥିଲେ।ତାଙ୍କୁ ଆସିକି ନେଇଯିବାକୁ ବି କୁହାଯାଇଥିଲା। କିନ୍ତୁ ତୁରନ୍ତ ଆସିବା ବ୍ୟବସ୍ଥା ନଥିବାରୁ ସେମାନେ ଆସିନଥିଲେ। ରୁମରେ କେହି ନଥିବା ବେଳେ କୁନି ଆତ୍ମହତ୍ୟା କରିଥିବା ଜଣାଯାଇଛି।
ଘଟଣାସ୍ଥଳରେ ଏୟାରଫିଲଡ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ନର୍ସିଂ କଲେଜର କ୍ୟାମ୍ପସ ଭିତରେ ଥିବା ହଷ୍ଟେଲରେ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି, ସେନେଇ ତଦନ୍ତ କରିଥିଲା ପୁଲିସ।




