୨ ଦିନିଆ ରିମାଣ୍ଡରେ ଯିବେ ଭୀମସେନ

୨ ଦିନିଆ ରିମାଣ୍ଡରେ ଯିବେ ଭୀମସେନ
Samaya Live News Picture
Published On

ଭୁବନେଶ୍ୱର : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ଅପମୃତ୍ୟୁ ମାମଲା । ୨ଦିନିଆ ରିମାଣ୍ଡରେ ଯିବେ ପୁରୁଷ ବନ୍ଧୁ ଓଏଏସ ଭୀମସେନ ଟୁଡୁ । ମଙ୍ଗଳବାର ଭୀମସେନଙ୍କୁ ରିମାଣ୍ଡରେ ନେଇ ଜେରା କରିବ ବାରଙ୍ଗ ଥାନା ପୋଲିସ । ତେବେ ପୋଲିସ ଭୀମସେନଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଥିଲା। ହେଲେ କଟକ JMFC କୋର୍ଟ ଭୀମସେନଙ୍କୁ ଆଜିଠୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଅନୁମତି ପାଇବା ପରେ ପୋଲିସ ଭୀମସେନଙ୍କୁ ଜେଳରୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଛି ।

ଚନ୍ଦ୍ରିକାଙ୍କ ମୃତ୍ୟୁ ପରେ ପରିବାର ଲଗାଇଥିବା ତ୍ରୀକୋଣୀୟ ପ୍ରେମକୁ ନେଇ ଝିଅକୁ ନିର୍ଯ୍ୟାତନା ଘଟଣାର ତଥ୍ୟ ଓଗାଳିବ ପୋଲିସ । ଏହି ସମୟରେ ଭୀମସେନଙ୍କ ପ୍ରେମିକାଙ୍କୁ ମଧ୍ୟ ଜେରା କରାଯାଇପାରେ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । ଏଭଳି ସ୍ଥିତିରେ ଚନ୍ଦ୍ରିକାଙ୍କ ମା’ କହିଥିଲେ, ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକାଙ୍କ ସହ ଭୀମସେନଙ୍କ ତଥାକଥିତ ବାନ୍ଧବୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଚନ୍ଦ୍ରିକାଙ୍କୁ ଅନ୍ଧାରରେ ରଖିବା ପାଇଁ ବାନ୍ଧବୀଙ୍କ ନାଁଙ୍କୁ ଲୁଚାରାମ ନାଁରେ ସେଭ କରିଥିଲେ ଭୀମସେନ। ତେଣୁ କଲ୍‌ ରେକର୍ଡ ଏବଂ ଡାଏରୀ ସହ ଲ୍ୟାପ୍‌ଟପ୍‌ ହିଁ ସବୁ ରହସ୍ୟ ଖୋଲିବ ବୋଲି ଗଣମାଧ୍ୟମକୁ ପୂର୍ବରୁ ଚନ୍ଦ୍ରିକାଙ୍କ ମା’ହୀରାମଣି ଏବଂ ଭାଇ ପ୍ରକାଶ କରିଥିଲେ।

Tags: