ଅଭିଯୁକ୍ତକୁ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ର ବଡ଼ ଏନକାଉଣ୍ଟର । ଗିରିରୋଡ଼ରେ ଯୁବକ-ଯୁବତୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମୁକେଶ ସାହୁକୁ ଟାମଣା ରୋଡ଼ରେ ଏନକାଉଣ୍ଟର କରିଛି ଟାଉନ ଥାନା ପୋଲିସ । ଗତକାଲି ରାତିରେ ଟାମଣା ରୋଡ଼ରେ ଅଭିଯୁକ୍ତ ସହ ପୋଲିସ ମୁହାଁମୁହିଁ ହେବାପରେ ପ୍ରଥମେ ମୁକେଶ ସାହୁ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା । ପୋଲିସ ମଧ୍ୟ ମୁକେଶ ଉପରକୁ ପାଲଟା ଗୁଳି କରିଥିଲା । ତାର ହାତରେ ଓ ଗୋଡ଼ରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ମୁକେଶ ସହ ଦିନେଶକୁ ମଧ୍ୟ ପୋଲିସ ଗିରଫ କରିଛି । ସେପଟେ ଗିରିରୋଡରେ ଦୁଇ ଜଣଙ୍କୁ ବିଚ୍ ରାସ୍ତାରେ ପିଟିବା ଘଟଣାରେ ୨ ଗିରଫ ।
ଏହି ଘଟଣାରେ ଜଡିତ ମୁକେଶର କିଛି ସହଯୋଗୀ ଏବେବି ଫେରାର ଅଛନ୍ତି । ସେପଟେ ଗତକାଲି ଏହି ବର୍ବରତା ମାମଲାରେ ୨ ଜଣଙ୍କୁ ବାନ୍ଧିଥିଲା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜ୍ ମାଲହୋତ୍ରା ଓ ଲିଙ୍ଗରାଜ ସାମଲ। ସେମାନଙ୍କଠାରୁ ୨ଟି ସ୍କୁଟର, ଗୋଟିଏ ଲାଠି ଓ ଗୋଟିଏ ମୋବାଇଲ ଜବତ କରିଥିଲା ପୋଲିସ୍ ।
ଗତ ୧୮ ତାରିଖ ରାତିରେ ବ୍ରହ୍ମପୁରର ଗିରି ରୋଡ୍ ଅଞ୍ଚଳରେ ଗଜପତି ଅଞ୍ଚଳର ଉମେଶ ରଥଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଉମେଶ ନିଜ ବାନ୍ଧବୀଙ୍କ ସହ ମୋମୋ ଖାଇବାକୁ ଆସିଥିବାବେଳେ ତାଙ୍କୁ ରାସ୍ତାରେ ପକାଇ ବାଡ଼ିରେ ନିିର୍ଦ୍ଧୁମ ପିଟିଥିଲେ । ଗୁରୁତର ଉମେଶ ଏବେ ବିଶାଖାଟନମରେ ଚିକିତ୍ସାଧୀନ ଅଛନ୍ତି । ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି । ଉମେଶଙ୍କ ନାଁରେ ବିଭିନ୍ନ ସ୍ଥାନରେ ଶତାଧିକ ମାମଲା ରହିଥିବା ଜଣାପଡିଛି ।




