ବାରୁଇପୁର ଦୁଷକର୍ମୀଙ୍କୁ ଗୁଳି, ମୃତଦେହ ନେବେନାହିଁ ପରିବାର

ସେ କିଛି ଭଲ କରିନାହିଁ; ସେ ଭୁଲ କରିଛି ଏବଂ ଏଥିପାଇଁ ତାଙ୍କୁ ଦଣ୍ଡ ଦିଆଯାଇଛି’ -ମା'

ବାରୁଇପୁର ଦୁଷକର୍ମୀଙ୍କୁ ଗୁଳି, ମୃତଦେହ ନେବେନାହିଁ ପରିବାର
Samaya Live News Picture
Published On

କଲକାତା : ପଶ୍ଚିମବଙ୍ଗର ବାରୁଇପୁର ନାବାଳିକା ଦୁଷ୍କର୍ମକାରୀକୁ ପୋଲିସ ଏନକାଉଣ୍ଟର । କ୍ରାଇମ ସିନ ରିକ୍ରିଏସନ କରିବା ସମୟରେ ପୋଲିସ ହାତରୁ ବନ୍ଧୁକ ଛଡାଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିଲା । ଅଭିଯୁକ୍ତ ପ୍ରଭାସ ମଣ୍ଡଳ ଜଣେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା  । 

ସୂଚନାନୁସାରେ, ଗତ ଜୁଲାଇ ୪ ତାରିଖରେ ବାରୁଇପୁର ଧପଧାପି-୨ ପଞ୍ଚାୟତର ସୂର୍ଯ୍ୟପୁର ଅଞ୍ଚଳରୁ  ଜଣେ ୧୨ ବର୍ଷୀୟା ନାବାଳିକା ନିଖୋଜ ହୋଇଯାଇଥିଲେ । ସେ ପାଖ ଦୋକାନକୁ ସଉଦା ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ । ପରଦିନ ସକାଳେ ତାଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମର ପ୍ରମାଣ ମିଳିଥିଲା । ଘଟଣାରେ ପୋଲିସ ପ୍ରଭାସ ମଣ୍ଡଳ ସମେତ ଦୁଇଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ହେଉଛନ୍ତି ଆନନ୍ଦ ସର୍ଦ୍ଦାର । ପୋଲିସ ସେହି ଅଞ୍ଚଳର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛି । ଯେଉଁଥିରେ ଚାରି ଜଣ ବ୍ୟକ୍ତି ଝିଅଟିକୁ ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପ୍ରବଳ ଜନ ଆକ୍ରୋଶ ଦେଖାଯାଇଥିଲା । ସ୍ଥାନୀୟ ବାସିନ୍ଦା ବାରୁଇପୁର-ଜୟନଗର ରାସ୍ତା ଅବରୋଧ କରି ଟାୟାର ଜାଳିଥିଲେ ଏବଂ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ, ଦୋଷୀଙ୍କୁ ତୁରନ୍ତ ଗିରଫ ଏବଂ କଠୋର ଦଣ୍ଡ ଦାବି କରିଥିଲେ । ଏହି ମାମଲାରେ ଶୁଭେନ୍ଦୁ ସରକାର ଏସଆଇଟି ଟିମ୍ ଗଠନ କରି ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ  ।

ସେପଟେ, ପ୍ରଭାସ ମଣ୍ଡଳର ମୃତ୍ୟୁ ପରେ ମୃତଦେହ ନେବାକୁ ତାଙ୍କ ମା' ମନା କରିଦେଇଛନ୍ତି । ଏହି ଘୃଣ୍ୟ କାର୍ଯ୍ୟ ପାଇଁ ପୁଅ ଦଣ୍ଡ ପାଇବାକୁ ଯୋଗ୍ୟ।ବୋଲି କହିଛନ୍ତି । ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ‘ଦୁଇ ଜଣ ପୋଲିସ ଅଧିକାରୀ ମୋ ଘରକୁ ଆସିଥିଲେ । ମୁଁ କେବଳ ଉଠିଥିଲି । ମୋ ପୁଅର ମୃତ୍ୟୁ ହୋଇଥିବା କଥା କହିଥିଲେ ଏବଂ ମୁଁ ଡାକ୍ତରଖାନା ଯିବାକୁ ଚାହୁଁଛି କି ନାହିଁ ପଚାରିଥିଲେ । ସେମାନଙ୍କୁ କହିଥିଲି ଯେ ମୋ ସ୍ବାମୀ ଅସୁସ୍ଥ ଥିବାରୁ ମୁଁ ଯାଇପାରିବି ନାହିଁ।’ ସେ ଆହୁରି କହିଛନ୍ତି, ‘ମୁଁ ସେମାନଙ୍କୁ ଯାହା ଇଚ୍ଛା କର କରିବାକୁ କହିଥିଲି; ମୋର କୌଣସି ଆପତ୍ତି ନାହିଁ। ମୋ ପୁଅ ତାଙ୍କ କାର୍ଯ୍ୟ ପାଇଁ ଦଣ୍ଡ ପାଇଛି। ମୁଁ ତାଙ୍କ ମୃତଦେହ ଘରକୁ ଆଣିବି ନାହିଁ। ସେ କିଛି ଭଲ କରିନାହିଁ; ସେ ଭୁଲ କରିଛି ଏବଂ ଏଥିପାଇଁ ତାଙ୍କୁ ଦଣ୍ଡ ଦିଆଯାଇଛି।’

 

Tags: