ବାଲିଅନ୍ତା ମର୍ଡର କେଶ, ଘଟଣାସ୍ଥଳରେ ପହଁଚିଲେ ମହିଳା କମିଶନ ଅଧ୍ୟକ୍ଷା

ବାଲିଅନ୍ତା ମର୍ଡର କେଶ, ଘଟଣାସ୍ଥଳରେ ପହଁଚିଲେ ମହିଳା କମିଶନ ଅଧ୍ୟକ୍ଷା
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର ରେ ଅସଦାଚରଣ ପାଇଁ ଯୁବକଙ୍କୁ  ସଙ୍ଘବଦ୍ଧ ଆକ୍ରମଣରେ ହତ୍ୟା ଘଟଣା । ମର୍ଡର ପ୍ଲଟ ପରିଦର୍ଶନ କଲେ ପୋଲିସ ଡିଜି । ଆଜି ସକାଳୁ ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାସ୍ଥଳରେ ପହଞ୍ଚି ପୋଲିସ୍‌ ଡିଜି ୱାଇବି ଖୁରାନିଆ ଏବଂ ଡିସିପି ଜଗମୋହନ ମୀନା ତଦନ୍ତ କରିଛନ୍ତି । ଘଟଣାସ୍ଥଳରେ ଅନୁଧ୍ୟାନ ପରେ ପୋଲିସ ଡିଜି କହିଛନ୍ତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପଟେ ବାଲିଅନ୍ତାରେ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତି । ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଘଟଣାସ୍ଥଳ ପରିଦର୍ଶନ କରି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କ ଆଲୋଚନା କରିଛନ୍ତି ମହିଳା କମିଶନ୍ ଟିମ୍ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ବୋଲି କହିଲେ କମିଶନ ଅଧ୍ୟକ୍ଷା ।

ସେପଟେ, ଘଟଣାର ପୀଡିତା ଯୁବତୀ ମୁହଁ ଖୋଲିଛନ୍ତି , ସେ କହିଛନ୍ତି ଲୋକଙ୍କ ପାଇଁ ମୁଁ ବଞ୍ଚିଯାଇଛି । ଗଣମାଧ୍ୟମ ସହ ସାକ୍ଷାତକାରରେ ଯୁବତୀ ଜଣକ କହିଛନ୍ତି  ମୁ ଓ ମୋ ସାଙ୍ଗ ମାଉସୀ ଘର ଯାଉଥିଲୁ ବିପରୀତ ରାସ୍ତାରୁ ଅର୍ଥାତ ଭୁବନେଶ୍ୱର ଆଡ଼କୁ ଆସୁଥିଲେ। ସେମାନେ ପ୍ରଥମେ ଆମକୁ ଦେଖି ଚିଲାଇଲେ । ଆମେ ପଛକୁ ଚାହିଁବାରୁ ପୁଣି ବାଇକ୍ ଆଣି ଆମ ସ୍କୁଟିକୁ ବାଡେଇଲେ। ଆମେ ଦୁହେଁ ପଡିଗଲୁ। ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ମୋ ବେକକୁ ଚିପିଦେଲା। ଡ୍ରେସ ଚିରିଦେଲା। ମୁଁ ଓ ମୋ ସାଙ୍ଗ ଚିତ୍କାର କଲୁ। ତା ପରେ ସ୍ଥାନୀୟ ଲୋକ ଆମକୁ ରକ୍ଷା ପାଇଁ ଚାଲିଆସିଲେ। ଅସଦାଚରଣ କେବଳ ମୋ ସହ ହୋଇଛି । ସେ ମୋ ମୁହଁ ଦେଖିବା ପରେ ମୋତେ ଟଣାଉଟରା କରିଥିଲା। ଘଟଣାର ଭିଡିଓ ପରେ ମୁଁ ସେ ପିଲା ମୃତ ବୋଲି ଜାଣିଲି। କିନ୍ତୁ ସ୍ଥାନୀୟ ଲୋକେ ପିଟି ପିଟି ମାରି ନାହାଁନ୍ତି। ଥାନା ଯିବା ବେଳକୁ ସେ ବଞ୍ଚିଥିଲା। ପରେ ମୃତ୍ୟୁ ହୋଇଥିବ। ସ୍ଥାନୀୟ ଲୋକେ ଠିକ୍ କରିଛନ୍ତି, ସ୍ଥାନୀୟ ଲୋକେ ନଆସିଥିଲେ ସେ ଯାହା ଚାହିଁଥାନ୍ତା କରିଥାନ୍ତା, ପୁଲିସ ସ୍ଥାନୀୟ ଲୋକଙ୍କୁ ଛାଡି ଦେଉ, ନହେଲେ ଆଗକୁ କେହି ସାହାଯ୍ୟ କରିବାକୁ ଆସିବେନି।

ଗତକାଲି ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସଂଘବଦ୍ଧ ଆକ୍ରମଣରେ ଜିଆରପି କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଏହି ମାମଲାରେ ୫ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଳତାଡ ଜାରି ରଖିଛି । 

 

Tags: