ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
Samaya Live News Picture
Published On

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଘଟଣାରେ ପୂର୍ବତନ ବିଧାୟକ ବିକ୍ରମଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ୍ ଖାରଜ ହୋଇଛି। ଅଭିଯୁକ୍ତ ମାନେ ହେଲେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ,ଆଇନଜୀବୀ ମଦନ ମୋହନ ଦଳାଇ, ସୁନିଲ ହୋତା ଏବଂ ଶୂନ୍ୟ ଦାସ। ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ ଏମାନଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି। 

ଗତ ଶୁକ୍ରବାର ଜାମିନ ଆବେଦନର ଶୁଣାଣି ହୋଇଥିଲା । ବିକ୍ରମଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ଗ୍ରାଉଣ୍ଡ୍ ଅଫ୍ ଆରେଷ୍ଟ ଦେଖିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରାଯାଇଥିଲା । ସେହିପରି ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ସବିଶେଷ ତଥ୍ୟ ପ୍ରମାଣ ନ ଥିବା ଦର୍ଶାଯାଇଥିଲା । ତେବେ ଦୁଇ ପକ୍ଷଙ୍କ ଅନେକ ଯୁକ୍ତି ପରେ କୋର୍ଟ ଜାମିନ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ତେବେ ଆଜି ରାୟ ପ୍ରକାଶ ପାଇଛି । 

Tags: