ଥାନା ଅଧିକାରୀଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ

ଥାନା ଅଧିକାରୀଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ
Samaya Live News Picture
Published On

ଅନୁଗୁଳ : ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଅନୁଗୋଳ ସାଇବର ଥାନା ଅଧିକାରୀ ଖଲେଶ୍ୱର ସେଠିଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ । ରାତି ଅଧରେ ବସ ଚଢାଉ ହତ୍ଯା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ । ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା ।

ସୂଚନାନୁସାରେ,ଗତ ୧୮ ତାରିଖରେ ଥାନାରୁ ଡ୍ୟୁଟି ସାରି ଖାଳେଶ୍ୱର ସେଠୀ ବାଇକରେ ଫେରୁଥିବା ବେଳେ ବୁଢ଼ୀ ଠାକୁରାଣୀ ଛକରେ ତାଙ୍କୁ ବସ ଚଢ଼ାଇ ମାରିଦେବାକୁ ଉଦ୍ୟମ କରାଯାଇଥିଲା । ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ । ବସ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଖଲେଶ୍ବର ସେଠି ଅଭିଯୋଗ କରିଛନ୍ତି । ପୋଲିସ ଅଧିକାରୀ ଜଣଙ୍କ ଘଟଣା ସମ୍ପର୍କରେ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି । 

Tags: