ରୋଷେୟାଙ୍କୁ ହତ୍ୟା ଉଦ୍ୟମ
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାରୁ ହୋଟେଲ ରୋଷେୟାର ତଣ୍ଟି କାଟିଲା ସହାୟକ । ଚନ୍ଦ୍ରଶେଖରପୁର ପଟିଆ ଷ୍ଟେସନ୍ ରୋଡରେ ଘଟିଛି ଏ ଘଟଣା । ଆହତ ରୋଷେୟା ହେଉଛନ୍ତି ଆଶିଷ ମହାନ୍ତି । ଆକ୍ରମଣ କରିଥିବା ସହାୟକ ଜଣକ ହେଲେ କେ. ଲବ ରାଓ । ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ରେଷ୍ଟ ରୁମ ଭିତରେ ସହାୟକ ଜଣକ ଏକ ଧାରୁଆ ଅସ୍ତ୍ରରେ ଆଶିଷଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲା । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଆଶିଷଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲବ ରାଓକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
Tags:




