ଆଶାରାମଙ୍କ ଆଶ୍ରମରେ ନାବାଳିକାଙ୍କ ମୃତଦେହ

ଉତ୍ତରପ୍ରଦେଶ: ଅପ୍ରେଲ ୦୯: ସବୁବେଳେ ଚର୍ଚ୍ଚାରେ ରହିଥିବା ଆଶାରାମ ବାପୁ ଏବେ ପୁଣି ବିବାଦ ଘେରରେ । ଜେଲରେ ବନ୍ଦୀ ଥିବା ଆଶାରାମଙ୍କ ଗୋଣ୍ଡା ସ୍ଥିତ ଆଶ୍ରମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେ ଆଶ୍ରମର ଏକ କାର୍ରୁ ନାବାଳିକାର ଶବ ମିଳିଛି। ତାର ବୟସ ୧୩-୧୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ, ନଗର କୋତଭାଲି ଅନ୍ତର୍ଗତ ଭିମୌର ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ଆଶାରାମଙ୍କ ଆଶ୍ରମ ରହିଛି। ଗତ […]

Samaya Live Picture
Published On

ଉତ୍ତରପ୍ରଦେଶ: ଅପ୍ରେଲ ୦୯: ସବୁବେଳେ ଚର୍ଚ୍ଚାରେ ରହିଥିବା ଆଶାରାମ ବାପୁ ଏବେ ପୁଣି ବିବାଦ ଘେରରେ । ଜେଲରେ ବନ୍ଦୀ ଥିବା ଆଶାରାମଙ୍କ ଗୋଣ୍ଡା ସ୍ଥିତ ଆଶ୍ରମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେ ଆଶ୍ରମର ଏକ କାର୍ରୁ ନାବାଳିକାର ଶବ ମିଳିଛି। ତାର ବୟସ ୧୩-୧୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ, ନଗର କୋତଭାଲି ଅନ୍ତର୍ଗତ ଭିମୌର ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ଆଶାରାମଙ୍କ ଆଶ୍ରମ ରହିଛି। ଗତ ଏପ୍ରିଲ ୫ରୁ ନାବାଳିକା ଜଣକ ନିଖୋଜ ଥିଲେ। ତେବେ ୪ ଦିନ ପରେ ଆଶାରାମଙ୍କ ଆଶ୍ରମରେ ଥିବା କାର୍ରୁ ନାବାଳିକାର ମୃତଦେହ ମିଳିଛି। କାର୍ରୁ ଦୁର୍ଗନ୍ଧ ବାହାରିବା ପରେ ଆଶ୍ରମର ଚୌକିଦାର ପୋଲିସ୍କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ୍ ଓ ଫରେନସିକ୍ ଟିମ୍ ଆଶ୍ରମ ଓ ଗାଡ଼ି ଯାଞ୍ଚ କରିଛନ୍ତି। ଆଶାରାମଙ୍କ ଆଶ୍ରମରୁ ଶବ ମିଳିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଏଭଳି କିଛି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ୨୦୦୮ରେ ଆଶାରାମଙ୍କ ଗୁଜରାଟ ସ୍ଥିତ ଗୁରୁକୁଳ ଆଶ୍ରମରେ ରହସ୍ୟମୟ ପରିସ୍ଥିତିରେ ୨ ଜଣ ଗାଏବ ହୋଇଯାଇଥିଲେ। କିଛିଦିନ ପରେ ସାବରମତୀ ନଦୀ କୂଳରେ ଛାତ୍ରଙ୍କ ଶବ ମିଳିଥିଲା। ଗୁଜରାଟ ପରେ ମଧ୍ୟପ୍ରଦେଶ ଛିନ୍ଦୱାଡା ଜିଲ୍ଲାରେ ଥିବା ଗୁରୁକୁଳ ଆଶ୍ରମରେ ମଧ୍ୟ ଜଣେ ଛୋଟ ପିଲାର ଶବ ଜବତ ହୋଇଥିଲା। ଆଶ୍ରମର ଶୌଚାଳୟରୁ ଶିଶୁଟିର ଶବ ମିଳିଥିଲା। ବାଥ୍ରୁମ୍ରେ ପଡ଼ିବା ଯୋଗୁ ସମ୍ପୃକ୍ତ ଛାତ୍ରଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ତେବେ ଖାଲି ଏତିକି ନୁହେଁ ବରଂ ଆଶାରାମ ବାପୁଙ୍କ ନାଁରେ ଆଗରୁ ଅନେକ ଦୁଷ୍କର୍ମର ଅଭିଯୋଗ ବି ଆସିଥିଲା । ଏବେ ପୁଣି ଏପରି ଏକ ଘଟଣା ସମସ୍ତଙ୍କୁ ପୁଣିଥରେ ସନ୍ଦେହ ଘେରକୁ ଟାଣି ଆଣିଛି ।