୨ ଦିନିଆ ରିମାଣ୍ଡରେ ଗଲା ଅରବିନ୍ଦ ଦାସ

୨ ଦିନିଆ ରିମାଣ୍ଡରେ ଗଲା ଅରବିନ୍ଦ ଦାସ
Samaya Live News Picture
Published On

ଭୁବନେଶ୍ୱର : ଏସଆଇ ପରୀକ୍ଷା ମହାଦୁର୍ନୀତି । ୨ ଦିନିଆ ପୋଲିସ ରିମାଣ୍ଡରେ ଗଲା ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ ଦାସ । ସିବିଆଇ ଅଭିଯୁକ୍ତ ଅରବିନ୍ଦ ଦାସଙ୍କୁ ରିମାଣ୍ଡରେ ନେଇ ମାରାଥନ୍ ଜେରା କରୁଛି । ଦୀଘା ମଡେଲ ଦାୟିତ୍ୱରେ ଥିଲା ଅରବିନ୍ଦ ଦାସ । ଜେରା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଓଗାଳିଛି ପୋଲିସ । ରାଜ୍ୟ ବାହାରର ଲିଙ୍କ୍ ଖୋଜି ପାଇଛି ସିବିଆଇ।

ସୂଚନା ମୂତାବକ, ଅରବିନ୍ଦକୁ ତିନି ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ଅଦାଲତ ଦୁଇଦିନ ଲାଗି ଅନୁମତି ଦେଇଛନ୍ତି। ଆସନ୍ତା ୩ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ‌ସେ ସିବିଆଇର ହେପାଜତରେ ରହିବ। କୋଲକାତା ଦିଘାରେ ହେବାକୁ ଥିବା ପରୀକ୍ଷାର ଅରବିନ୍ଦ ଥିଲା ମୁଖ୍ୟ ଦଲାଲ। ଦିଘାରେ ପରୀକ୍ଷା ଦେବାକୁ ଚୁକ୍ତି କରିଥିବା ୧୧୦ ପରୀକ୍ଷାର୍ଥୀଙ୍କ ହୋଟେଲ୍‌ ବୁକିଂ କରି ରହଣି ଓ ମନ୍ଦିରରେ ଖାଇବା ବ୍ୟବସ୍ଥା ଅରବିନ୍ଦ ବୁଝୁଥିଲା।

ସେ ପରୀକ୍ଷାର୍ଥୀଙ୍କୁ ଯୋଗାଡ଼ କରିବା ସହ ଟଙ୍କା ଡିଲ୍‌ରେ ମୁଖ୍ୟ ଭୂମିକା ନେଇଥିଲା । ପରୀକ୍ଷାର୍ଥୀଙ୍କ ସହ ସେ ନିୟମିତ ଯୋଗାଯୋଗ କରିବା ସହ ପ୍ରଶ୍ନପତ୍ର ପ୍ରଦାନ କରୁଥିଲା । ଏହା ବଦଳରେ ପରୀକ୍ଷାର୍ଥୀଙ୍କଠାରୁ ସେମାନଙ୍କ ଅସଲ ଶିକ୍ଷାଗତ ପ୍ରମାଣପତ୍ର ଏବଂ ବ୍ଲାଙ୍କ ଚେକ୍ ସଂଗ୍ରହ କରୁଥିଲା। ସେ ଯୋଗାଡ଼ କରିଥିବା ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ସହ ଅରବିନ୍ଦର ସାମ୍ନାସାମ୍ନି ଜେରା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

 

Tags: