ଦିଲ୍ଲୀରେ ପୁଣି ଏକ ଛାତିଥରା ଘଟଣା : ସ୍କୁଟି କୁ ଧକ୍କା ଦେଇ ଯୁବତୀଙ୍କୁ ୪ କିଲୋମିଟର ଘୋଷାଡ଼ି ନେଲା କାର୍

ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀ ରେ ଘଟିଯାଇଛି ପୁଣି ଏକ ଛାତି ଥରା ଘଟଣା I ଗତକାଲି ବିଳମ୍ବିତ ରାତିରେ ସ୍କୁଟି ରେ ଯାଉଥିବା ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଧକ୍କା ଦେଇ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେଇଛି ଏକ କାର I ଫଳରେ ଯୁବତୀ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି I ଏହି ଘଟଣାରେ କାର ରେ ଯାଉଥିବା ୫ ଜଣଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ I ଜଣେ ପ୍ରତ୍ୟକ୍ଷ ଦର୍ଶୀ […]

Samaya Live Picture
Published On

ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀ ରେ ଘଟିଯାଇଛି ପୁଣି ଏକ ଛାତି ଥରା ଘଟଣା I ଗତକାଲି ବିଳମ୍ବିତ ରାତିରେ ସ୍କୁଟି ରେ ଯାଉଥିବା ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଧକ୍କା ଦେଇ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେଇଛି ଏକ କାର I ଫଳରେ ଯୁବତୀ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି I ଏହି ଘଟଣାରେ କାର ରେ ଯାଉଥିବା ୫ ଜଣଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ I

ଜଣେ ପ୍ରତ୍ୟକ୍ଷ ଦର୍ଶୀ ସୂଚନା ଦେଇ କହିଛନ୍ତି କି ଗତ କାଲି ରାତି ପ୍ରାୟ ୩.୩୦ ମିନିଟ ସମୟରେ ଏକ କାର ଜଣେ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେଇ ସୁଲତାନପୁରୀରୁ କଞ୍ଜୱାଲା ପର୍ଯ୍ୟନ୍ତ ୪ କିଲୋମିଟର ପର୍ଯ୍ୟନ୍ତ ଦୂରକୁ ଘୋଷାରି ନେଉଥିବାର ଦେଖିଥିଲେ I ସେ ସେହି ସମୟରେ କ୍ଷୀର ନେବା ପାଇଁ ଆସିଥିଲେ I କାର ରେ ଚାପି ହୋଇ ଯାଇଥିବା ଯୁବତୀ ଜଣଙ୍କ ସହାୟତା ପାଇଁ ପିସିଆର କୁ ଫୋନ କରିଥିଲେ ମଧ୍ୟ,ସେତେବେଳେ ଡ୍ୟୁଟି ରେ ଥିବା ପିସିଆର କର୍ମଚାରୀ ଜଣକ ହୋସ ରେ ନଥିଲେ I ପୋଲିସ ନିଶାରେ ରହିଥିବା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଫଳରେ ଚଳନ୍ତା କାର ରେ ରାସ୍ତାରେ ଘୋଷାରି ହୋଇ ଯୁବତୀ ଜଣଙ୍କର ଗୋଡ଼ ହାତ ଖଣ୍ଡ ବିଖଣ୍ଡିତ ହୋଇ ଶୋଚନୀୟ ମୃତ୍ୟୁ ଘଟିଥିଲା I ଏବଂ ସେହି ସମୟରେ ସେ ସମ୍ପୂର୍ଣ୍ଣ ଵିଵସ୍ତ୍ର ହୋଇ ଯାଇଥିବା ଜଣା ପଡିଛି I ଝିଅଟି ଏକ ଇଭେଣ୍ଟ ପ୍ରୋଗ୍ରାମ ସାରି ଘରକୁ ଫେରୁଥିବା ବେଳେ ଏପରି ହୋଇଥିବା ପୁଲିସ କହିଛି ।

ଏହି ଦୁର୍ଘଟଣା ଦେଶର ସବୁଠୁ ବଡ଼ ଓ ଯନ୍ତ୍ରଣାଦାୟକ ଦୁର୍ଘଟଣା ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ସୁଲତାନପୁରୀ ପୁଲିସ ଏକ ମାମଲା ରୁଜୁ କରିବା ସହ କାରରେ ଥିବା ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନା ଟ୍ୱିଟ କରି ଲେଖିଛନ୍ତି, “କଞ୍ଜୱାଲା-ସୁଲତାନପୁରୀରେ ଅମାନୁଷିକ ଅପରାଧ ଲଜ୍ଜା ଜନକ,ଏହି ଘଟଣାରେ ମୋ ମୁଣ୍ଡ ନଇଁ ଯାଉଛି I ଅପରାଧୀଙ୍କ ରାକ୍ଷସ ପ୍ରବୃତି ଦେଖି ମୁଁ ସ୍ତବ୍ଧ I ପୀଡିତାଙ୍କ ପରିବାରକୁ ସମସ୍ତ ସାହାଯ୍ୟ କରିବାକୁ ସେ ନିଶ୍ଚିତ କରିଛନ୍ତି।

ସେପଟେ ମହିଳାଙ୍କୁ ଯୌନ ଉତ୍ପୀଡନ କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୁଲିସ ଘଟଣାର ତଦନ୍ତ କରୁଛି। ମହିଳା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି ପୁଲିସ। ସେହିପରି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ଏହି ଘଟଣାର ଅବଗତ ହୋଇ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି,’କୁହାଯାଉଛି ଯେ ମଦ୍ୟପ ଅବସ୍ଥାରେ ଥିବା କିଛି ପୁଅ ଜଣେ ଝିଅ ର ସ୍କୁଟିକୁ ଧକ୍କା ଦେଇ କିଛି କିଲୋମିଟର ପର୍ଯ୍ୟନ୍ତ ଟାଣି ଘୋଷାରି ନେବା ଘଟଣାରେ ତଦନ୍ତ କରି ସତ୍ୟତା ପ୍ରକାଶ କର I