ଧଉଳି ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ

ଧଉଳି ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ

ଭୁବନେଶ୍ୱର : ଧଉଳି ଗଣ ଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ । ରାଜ୍ୟ ବାହାରୁ ଫେରାର ଅଭିଯୁ଼କ୍ତ ସାଗର ଜେନାକୁଗିରଫ କରିଛି କମିଶନରେଟ୍ ପୁଲିସ । ଗିରଫ ପରେ ସାଗରକୁ କ୍ରାଇମ୍ ସ୍ପଟ୍ ନିଆଯାଇ  ଟିଆଇ ପରେଡ କରାଯିବ । ଗଣଦୁଷ୍କର୍ମ ଦିନ ମୁଖ୍ୟ ଅଭିଯୁକ୍ତ ହାପିର ସହଯୋଗୀ ଥିଲା ସାଗର। ଏହି ଘଟଣାରେ ସାଗରକୁ ମିଶାଇ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏବେ ବି ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି ।

ସମ୍ବନ୍ଧିତ ଖବର ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ପ୍ରଦାନ

ଅଭିଯୁକ୍ତ ସାଗର ଜେନା ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ବଡଗଡ ଥାନା ଅଞ୍ଚଳରୁ ପୂର୍ବରୁ ମଧ୍ୟ ଫାୟାରିଂ ଘଟଣାରେ ସେ ଗିରଫ ହୋଇଥିଲା । ଘଟଣା ଦିନ ଦୁଷ୍କର୍ମ ପିଡିତାଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧି ରଖିଥିଲା। ଏହି ଘଟଣାରେ ପୁର୍ବରୁ ତିନି ଜଣ ଗିରଫ ହୋଇଛନ୍ତି । ଗତ ୧୦ତାରିଖରେ ଦୟା ନଦୀ କୁଳରେ ଜଣେ ନାବାଳିକା ଗଣ ଦୁଷ୍କର୍ମ ର ଶିକାର ହୋଇଥିଲେ । ପ୍ରଥମେ ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଯେଉଁମାନେ ଜେଲ୍ ଫେରନ୍ତା ବୋଲି ପୋଲିସ ଜାଣିବାକୁ ପାଇଥିଲା । ପରେ ମାଷ୍ଟରମାଇଣ୍ଡ ହାପିକୁ ବାନ୍ଧିଥିଲା ପୋଲିସ ।

ସମ୍ବନ୍ଧିତ ଖବର ଶିଶୁ ଭବନ ଓଭର ବ୍ରିଜ କାର ଦୁର୍ଘଟଣାରେ ନୀଳାଦ୍ରି ବିହାର ମର୍ଡର ଲିଙ୍କ !

Tags: