ସୌମ୍ୟ ହତ୍ୟା ମାମଲାରେ ରାଜଧାନୀରୁ ଆଉ ଜଣେ ଗିରଫ

ସୌମ୍ୟଙ୍କ ରକ୍ତରେ ମିଳିଛି ଷ୍ଟେରୟେଡ - ରିପୋର୍ଟ

ସୌମ୍ୟ ହତ୍ୟା ମାମଲାରେ ରାଜଧାନୀରୁ ଆଉ ଜଣେ ଗିରଫ
Samaya Live News Picture
Published On

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଘଟଣାରେ ବଢୁଛି ଗିରଫଦାରୀଙ୍କ ସଂଖ୍ୟା। ଘଟଣାର ଆଉ ଜଣେ ଅଭିଯୁକ୍ତକୁ ଆଜି ସକାଳେ ଭୁବନେଶ୍ୱରର ପଟିଆ ସ୍ଥିତ ଏକ ହୋଟେଲ ରୁ ଗିରଫକରିଛି କ୍ରାଇମବ୍ରାଞ୍ଚ ।‘ରେଗାଲ ଷ୍ଟେ’ରେ ଲୁଚିଥିବା ବେଳେ କଟକ ଗଙ୍ଗେଶ୍ୱରଗଡ଼ାର ଅଶୋକ ଜେନା ଓରଫ ଗେଡା ( ୪୫) କୁ ଗିରଫ କରାଯାଇଛି । ସୌମ୍ୟଙ୍କୁ ହତ୍ୟା କରିବା ପାଇଁ ଭିଡ଼ ଭିତରେ ଲୋକଙ୍କୁ ଉସକାଇଥିଲା ଅଶୋକ। ସୌମ୍ୟଙ୍କୁ ମାଡ଼ ମାରିବା ସମୟରେ ତାଗିଦ୍ ସତ୍ତ୍ବେ ଶୁଣିନଥିଲା । କାହା କଥାକୁ ଖାତିର ନକରି ଗାଳି ଗୁଲଜ କରିବା ସହ ସୌମ୍ୟଙ୍କୁ ମାଡ଼ ମାରି ଚାଲିଥିଲା । ହତ୍ୟାକାଣ୍ଡ ଘଟାଇବା ପରଠାରୁ ଅଶୋକ ଜେନା ଓରଫ୍ ଗେଡ଼ା ପୁଲିସ ଆଖିରେ ଧୂଳି ଦେଇ ଫେରାର ରହିଥିଲା । ତେବେ କ୍ରାଇମବ୍ରାଞ୍ଚ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଥିବା ଏକ ହୋଟେଲ ଉପରେ ଚଢ଼ାଉ କରିଥିଲା । ବର୍ତ୍ତମାନ ସୁଦ୍ଧା ଘଟଣାରେ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ମୋଟ ୧୭ ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ଏଥିରେ ୧୧ ଜଣଙ୍କୁ ପୁଲିସ ଓ ୬ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ।

ସୂଚନାନୁଯାୟୀ, ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଥିଲା। କଟକ ରେଳବାଇରେ କନଷ୍ଟେବଳ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରି ଦେଇଥିଲେ। ତାଙ୍କର ହାତଗୋଡ଼ ବାନ୍ଧି ପଶୁ ଭଳି ନୃଶଂସ ଭାବେ ମାଡ଼ ମାରିବାରୁ ତାଙ୍କର ପ୍ରାଣ ଚାଲିଯାଇଥିଲା।

କ୍ରାଇମବ୍ରାଞ୍ଚ ଟିମ୍ କହିଛି ଯେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବାକୁ ଖୋଜା ଚାଲିଛି । ଯେଉଁମାନେ ଫେରାର ଅଭିଯୁକ୍ତଙ୍କୁ ଆଶ୍ରୟ ଦେଉଛନ୍ତି, ତାଙ୍କ ବିରୋଧରେ ମଧ୍ୟ ଆମେ କାର୍ଯ୍ୟାନୁଷ୍ଠାନ ନେବୁ । ଫେରାର ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଗଲା ଭଳି ସୂଚନା ନାହିଁ । ହେଲେ ସେମାନଙ୍କୁ ବହୁତ ଲୋକ ସାହାଯ୍ୟ କରୁଛନ୍ତି । ଭାଇରାଲ ଭିଡିଓରେ ଆମେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛୁ ।

ସେପଟେ ସୌମ୍ୟ ରଞ୍ଜନଙ୍କ ଫୋରେନସିକ୍‌ ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି । ଏଥିରେ ସୌମ୍ୟଙ୍କ ରକ୍ତରେ ଷ୍ଟେରୟେଡ ମିଳିଥିବା ରିପୋର୍ଟ ଥିବା ସୂତ୍ରରୁ ଜଣାପଡିଛି । ଦୁର୍ଘଟଣା ସମୟରେ ଷ୍ଟେରୟେଡ କ୍ଷରଣ ଯୋଗୁଁ ସୌମ୍ୟ ନିଜ ଉପରୁ ନିୟନ୍ତ୍ରଣ ହରାଇ ଥାଇ ପାରନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Tags: