ଆଉ ଏକ ବଡ଼ ଏନକାଉଣ୍ଟର,୭ ମାଓବାଦୀ ମୃତ
ମାଲକାନାଗିରି : ଆନ୍ଧ୍ରପ୍ରଦେଶ ଯବାନଙ୍କୁ ବଡ଼ ସଫଳତା I ମାଓବାଦୀଙ୍କ ବିରାଧରେ ଆରମ୍ଭ ହୋଇଛି ବଡ଼ ଧରଣର କୁମ୍ବିଂ ଅପରେସନ I ୨ ଦିନରେ ନିପାତ ହେଲେଣି ୧୩ ମାଓବାଦୀ I ଆଜି ମାଲକାନଗିରି ସୀମାନ୍ତରେ ପୁଣି ଏନକାଉଣ୍ଟର ହୋଇଛି । ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡିମିଲ୍ଲୀ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ଘଟିଛି I ଏଥିରେ ୭ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ସମାନ ସ୍ଥାନରେ ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ହିଡ଼ମା ତା'ସ୍ତ୍ରୀ ରାଜେ ସହିତ ୬ ଜଣ ମାଓବାଦୀ ନିହତ ହୋଇଥିଲେ I ହିଡ଼ମା ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା I ବର୍ତ୍ତମାନ ସୁଦ୍ଧା ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି I ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି ।
Tags:




