ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର
Samaya Live News Picture
Published On

ବ୍ରହ୍ମପୁର : ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ବ୍ରହ୍ମପୁର ସହର । ରବିବାର ରାତିରେ ବଡ଼ବଜାର ଥାନା ଅଞ୍ଚଳରେ ପୁଣି ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ୫ଦିନ ତଳେ ଜାମିନରେ ଆସିଥିବା ଅପରାଧୀ ମଙ୍ଗଳା ବେହେରାଙ୍କୁ ଖଣ୍ଡାରେ ହାଣିଥିବା ଜଗନ୍ନାଥ ସାହୁଙ୍କୁ ଗୁଳି କରିଛି ପୋଲିସ । ଜଗାଙ୍କର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିବାରୁ ତାକୁ ଏବେ ଏମ୍‌କେସିଜି ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ ଏବେ ପୋଲିସ ହେପାଜତରେ ଚିକିତ୍ସାଧୀନ ଅଛି । ଜଗା ନାଁରେ ବଡବଜାର ଓ ସଦର ଥାନାରେ ୯ ଅପରାଧିକ ମାମଲା ରହିଛି। ଏହି ଘଟଣାରେ ସଂପୃକ୍ତ ଜଗାଙ୍କ ଭାଇ ବଳିଆ ଏବେ ଫେରାର ଅଛି l 

ସୂଚନାନୁସାରେ, ଗତ ରବିବାର ରାତିରେ ବଡ଼ବଜାର ଥାନା ଅଞ୍ଚଳର ମଙ୍ଗଳା ବେହେରାଙ୍କୁ ବିଚ ରାସ୍ତାରେ ଅପରାଧୀ ଜଗା ସାହୁ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ଖଣ୍ଡା ଚୋଟ ପକାଇବା ଦୃଶ୍ୟ  ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକି ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଥିଲା । ଅପରାଧୀମାନଙ୍କ କାଉଣ୍ଟର ଆକ୍ରମଣର ପୁଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତିରେ ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଏନକାଉଣ୍ଟର କରିଛି । ଗତ ୯ଦିନ ଭିତରେ ଏଯାଏଁ ୩ଟି ପୋଲିସ ଏନକାଉଣ୍ଟର ହେଇସାରିଲାଣି  । ୧୬ ଓ ୨୧ ତାରିଖରେ ଦୁଇଟି ଏନକାଉଣ୍ଟର୍ ହୋଇଥିଲା ବେଳେ ଗତରାତିରେ ଆଉ ଏକ ଏନକାଉଣ୍ଟର ହୋଇଛି। 

Tags: