ରାଜଧାନୀରେ ପୁଣି ଜଣେ +୨ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା I ଜୀବନ କଣ ବୁଝିବା ଆଗରୁ ନେଇଯାଉଛନ୍ତି ନିଜ ଜୀବନ I ସେହିଭଳି ରାଜଧାନୀ ଭୁବନେଶ୍ୱର ରେ ପୁଣିଜଣେ +୨ ଛାତ୍ର ଆତ୍ମହତ୍ୟା କରିଛନ୍ତି I ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ସୂର୍ଯ୍ୟ ପ୍ରକାଶ ପଲେଇ। ସେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ । ତାଙ୍କ ଘର […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଛାତ୍ର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା I ଜୀବନ କଣ ବୁଝିବା ଆଗରୁ ନେଇଯାଉଛନ୍ତି ନିଜ ଜୀବନ I ସେହିଭଳି ରାଜଧାନୀ ଭୁବନେଶ୍ୱର ରେ ପୁଣିଜଣେ +୨ ଛାତ୍ର ଆତ୍ମହତ୍ୟା କରିଛନ୍ତି I ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଏକ ଘରୋଇ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ସୂର୍ଯ୍ୟ ପ୍ରକାଶ ପଲେଇ। ସେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ । ତାଙ୍କ ଘର ପାରିକୁଦ ଅଞ୍ଚଳର ବୋଲି ଜଣାପଡିଛି ।

ଗତକାଲି ସୂର୍ଯ୍ୟ ପ୍ରକାଶ ନିଜ ରୁମ୍‌ରେ କବାଟ ଦେଇ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଛାତ୍ର ଜଣଙ୍କ ଫ୍ୟାନରେ ଝୁଲିଥିବା ହଷ୍ଟେଲର କିଛି ଛାତ୍ର ଦେଖିଥିଲେ। ଏନେଇ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ହଷ୍ଟେଲ ୱାର୍ଡେନ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ। ପରେ କଲେଜ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେବା ସହ ସୂର୍ଯ୍ୟ ପ୍ରକାଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ତେବେ ଛାତ୍ର ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି ।