ଅନୁଗୋଳ ପୁଲିସର ଡବଲ ଏନକାଉଣ୍ଟର

ଅନୁଗୋଳ ପୁଲିସର ଡବଲ ଏନକାଉଣ୍ଟର
Samaya Live News Picture
Published On

ଅନୁଗୋଳ : ଆଉ ତ୍ରାହି ପାଇବେନି ଅପରାଧୀ । ଉତ୍ପାତ କଲେ ଏଣିକି ସିଧା ଏନକାଉଣ୍ଟର । ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ କରାଯାଉଛି ପୋଲିସ ଏନକାଉଣ୍ଟର । ଗତ ବିଳମ୍ବିତ ରାତିରେ ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କରିଛି ଅନୁଗୋଳ ପୁଲିସ୍ । ହଣ୍ଡପା ଥାନା ଅନ୍ତର୍ଗତ ହଣ୍ଡପା ଜଙ୍ଗଲ ନିକଟରେ ହୋଇଛି ଏନକାଉଣ୍ଟର । ସେଲ୍ଫ ଡିଫେନ୍ସରେ ଏନକାଉଣ୍ଟର କରିଛି ପୁଲିସ । ଏନକାଉଣ୍ଟର ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର ସଚିନ ଗେଜଗେ ଓ ପ୍ରକାଶ ମାଦନେ । ସଚିନର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରକାଶର ବାମ ଗୋଡ଼ ଗୁଳି ବାଜିଛି ।  

ସୂଚନା ଅନୁସାରେ, ଗତକାଲି ତାଳଚେର ହାଟ ତୋଟା ଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୁପା ଲୁଟି ଫେରାର ହୋଇଯାଇଥିଲେ ୫ ଲୁଟେରା । ଏହାପରେ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍ ଜିଲ୍ଲାର ସବୁ ପ୍ରବେଶ ପଥରେ ନାକାବନ୍ଦୀ କରିଥିଲା । ହଣ୍ଡପା ନିକଟରେ ପୁଲିସ ସେମାନଙ୍କୁ ଠାବ କରିବା ସମୟରେ ସେମାନେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ । ପୁଲିସର ପାଲଟା ଗୁଳିମାଡ଼ରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଉଛି ।

  

 

Tags: