ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତର ଘର ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ

 ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତର ଘର ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ

ଚାନ୍ଦବାଲି : ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଅଶାନ୍ତ ଚାନ୍ଦବାଲି । ଗତକାଲି ନରପିଶାଚ ପଞ୍ଝାରେ ବଳି ପଡ଼ିଥିଲା ଜଣେ ୩ୟ ଶ୍ରେଣୀର ନାବାଳିକା । ଜଙ୍ଗଲରୁ ମୃତଦେହ ଉଦ୍ଧାର ପରେ ଭଦ୍ରକ ଚାନ୍ଦବାଲି ରେ ଦେଖାଦେଇଛି ଉତ୍ତେଜନା । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ସାରା ରାତି ଧାରଣା ଦେଇଥିଲେ ସ୍ଥାନୀୟ ଲୋକ । ଏବେବି ଉତ୍ତେଜନା ଜାରି ରହିଛି । ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ସ୍ଥାନୀୟ ଲୋକ । ବାଲିଗାଁ ଓ ମଧୁବାବୁ ଛକରେ ନିଆଁ ଜାଳି ରାସ୍ତା ରୋକ କରିବା ପରେ ଅଭିଯୁକ୍ତର ଘର ଭାଙ୍ଗି ଛିନଛତ୍ର କରିବା ପରେ ଘରେ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । 

ସମ୍ବନ୍ଧିତ ଖବର ଆଜି ପୌଷ ପୂର୍ଣ୍ଣିମା,ମହାପ୍ରଭୁଙ୍କ ଦେଵାଭିଷେକ ନୀତି

ସୂଚନାନୁସାରେ, ଚାନ୍ଦବାଲି ଅଞ୍ଚଳର ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୦ ବର୍ଷର ନାବାଳିକା ଅପରାହ୍‌ଣ ପ୍ରାୟ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ। ତେବେ ଛାତ୍ରୀଙ୍କ ମୃତଦେହ ସହର ଉପକଣ୍ଠ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ସଂପୃକ୍ତ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳର ହଜାରହଜାର ସଂଖ୍ୟାରେ ଲୋକ ସେଠାରେ ରୁଣ୍ଡ ହୋଇ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାକୁ ବାଲିଗାଁଠାରେ ଅବରୋଧ କରିଥିଲେ। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଅଡ଼ି ବସିଥିଲେ । ତେବେ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ସତ୍ୟବ୍ରତ ଦାସକୁ ଗିରଫ କରିଥିଲା ଚାନ୍ଦବାଲି  ପୋଲିସ । ଜଗତସିଂହପୁରରେ ଶ୍ବଶୁର ଘରେ ଲୁଚି ରହିଥିଲା ଅଭିଯୁକ୍ତ । ପୋଲିସର ସ୍ବତନ୍ତ୍ର ଟିମ୍ ଚଢାଉ କରି ଗିରଫ କରିବା ସହ ତା'ର ଅନ୍ୟ ୨ ସହଯୋଗୀଙ୍କୁ ଉଠାଇନେଇଛି ପୋଲିସ । ଏହା ଜାଣିବା ପରେ ଚାନ୍ଦବାଲିରେ ରାସ୍ତାରୋକ ଓ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭାଙ୍ଗିଦେବା ସହ ଘରେ ନିଆଁ ଲଗାଇଦେଇଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଗାଁରେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି  । ଉତ୍ତେଜନାକୁ ଦେଖି ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।  

ସମ୍ବନ୍ଧିତ ଖବର ମହୋଦଧିରେ ବୁଡ଼ ପକେଇ କ୍ଷମା ପ୍ରାର୍ଥନା କଲେ କଂସ ମହାରାଜ

Tags: