୫ ଦିନ ପରେ ଉଦ୍ଧାର ହେଲେ ଅମ୍ରିତ୍
ନୟାଗଡ଼ : ୫ ଦିନ ପରେ ମା’କୋଳକୁ ଫେରିଲେ ଅମ୍ରିତ୍ I ୫ ଦିନ ପୂର୍ବରୁ ଟ୍ୟୁସନ ଯାଇ ନିଖୋଜ ହୋଇଯାଇଥିଲେ Iନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗାଁ ଶୁଣ୍ଡି ସାହିରୁ ଅମୃତ ପାତ୍ରଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ପୋଲିସ ଆସି ଘଟଣାସ୍ଥଳରୁ ଅମ୍ରିତ୍ଙ୍କୁ ନେଇଛି I ଅମ୍ରିତ୍ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I ଅମ୍ରିତ୍ ନିଖୋଜ ଥିବା ନେଇ ପରିବାର ଲୋକ ପୁଅକୁ ଅପହରଣ କରାଯାଇଛି […]
ନୟାଗଡ଼ : ୫ ଦିନ ପରେ ମା’କୋଳକୁ ଫେରିଲେ ଅମ୍ରିତ୍ I ୫ ଦିନ ପୂର୍ବରୁ ଟ୍ୟୁସନ ଯାଇ ନିଖୋଜ ହୋଇଯାଇଥିଲେ Iନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗାଁ ଶୁଣ୍ଡି ସାହିରୁ ଅମୃତ ପାତ୍ରଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ପୋଲିସ ଆସି ଘଟଣାସ୍ଥଳରୁ ଅମ୍ରିତ୍ଙ୍କୁ ନେଇଛି I ଅମ୍ରିତ୍ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I
ଅମ୍ରିତ୍ ନିଖୋଜ ଥିବା ନେଇ ପରିବାର ଲୋକ ପୁଅକୁ ଅପହରଣ କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଥିଲେ I ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କୁରାଳ ଗାଁର ପଣ୍ଡିତସାହିର ଏକ ଘର ଭିତରୁ ଅମ୍ରିତ୍ଙ୍କୁ ଉଦ୍ଧାର କରାଯାଇଛି। ଘର ଭିତରୁ ଆସି ସେ ପାଣି ପାଇଁ ଯାଉଥିବା ଜଣେ ମହିଳାଙ୍କୁ ଡାକିଥିଲେ। ଏହାପରେ ପୋଲିସ ଯାଇ ସେଠାରୁ ଅମୃତ ଙ୍କୁ ଉଦ୍ଧାର କରିଥିଲା I ତେବେ ଅମ୍ରିତ୍ଙ୍କୁ ହାତ ଗୋଡୋ ବାନ୍ଧି ରଖାଯାଇଥିବାରୁ ସେ ଅସୁସ୍ଥ ହୋଇ ପଡିଥିବା ପୋଲିସ କହିଛନ୍ତି I ଅମ୍ରିତ୍ ଙ୍କୁ ଯେଉଁ ଘରୁ ଉଦ୍ଧାର କରାଯାଇଥିଲା ସେ ଘରର ମାଲିକ ହେଉଛନ୍ତି ଟୁକୁ ପଣ୍ଡା ଏବଂ ସେ ଅନେକ ଦିନରୁ ପଞ୍ଜାବରେ ରହି ଆସୁଛନ୍ତି I କିନ୍ତୁ ଟୁକୁ ପଣ୍ଡାଙ୍କ ଘର ଭିତରକୁ ଅମ୍ରିତ ଗଲେ କେମିତି ? ଏବଂ ତାଙ୍କୁ କିଏ ତଳ ପକାଇ ରଖିଥିଲା ଏ ସବୁ ଘଟଣାରେ କାହାର ସମ୍ପୃକ୍ତି ରହିଛି ? ଏ ସବୁ ଘଟଣାର ପୋଲିସ ତଦନ୍ତ ଜାରି ରହିଛି I
ଘଟନାନୁସାରେ,ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସୁବୁଦ୍ଧି ସାହି ର କାଳିଆ ପାତ୍ରଙ୍କ ପୁଅ ଅମ୍ରିତ୍ ପାତ୍ର ୭ମ ଶ୍ରେଣୀରେ ପଢୁଥିବାବେଳେ ଗତ ୧୫ ତାରିଖ ସନ୍ଧ୍ୟା ୫ ଟା ବେଳେ ପାଖ ଗାଁ କୁ ଟ୍ୟୁସନ ହେବାକୁ ଯାଇଥିଲେ I ସେହି ଦିନ ୭.୧୫ ବେଳକୁ ତାଙ୍କ ଟ୍ୟୁସନ ଛୁଟି ହୋଇଯାଇଥିଲେ ମଧ୍ୟ ସେ ଘରକୁ ଫେରି ନ ଥିଲେ I ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିପାରୁ ନ ଥିବା ବେଳେ ତାଙ୍କ ସାଇକେଲ ଟି ପାଖ ବାଉଁଶ ବୁଦା ମୂଳରେ ପଡିଥିବା ଦେଖିବାକୁ ମିଳିଥିଲା। ଏଥିରୁ ତାଙ୍କୁ ଅପହରଣ କରାଯାଇଥିବା ଜଣା ପଡିଥିଲା I




