ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଭୁବନେଶ୍ବର ବରମୁଣ୍ଡା ହାଉସିଙ୍ଗ କଲୋନୀ ରେ ଥିବା ତିନି ମହଲା ଘର, ବଡ଼ଚଣା ଥାନା କୋଲା ସିଂହ ରେ ଥିବା ପୈତୃକ ଘର ସହ ଢେଙ୍କାନାଳ ଜୁବୁଲି ଟାଉନ୍ ରେ ଥିବା ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ୱର ଅଫିସ, ଢେଙ୍କାନାଳ ଭାପୁରରେ ଥିବା ଦୁଇ ମହଲା କୋଠା, ଫାର୍ମ ହାଉସ, କଟକ ନୟାବଜାରରେ ଥିବା ସମ୍ପର୍କୀୟଙ୍କ ଘରେ ବି ଚାଲିଛି ଚଢ଼ାଉ । ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୧୧ ଡିଏସପି ଓ ୯ ଜଣ ଇନିସପେକ୍ଟର ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସଂପୂର୍ଣ୍ଣ ଆକଳନ କରାଯାଇନାହିଁ ।

ଶେଷ ସୁଚନା ଅନୁସାରେ, ଏହି କୁବେର ଯନ୍ତ୍ରୀଙ୍କ ଘରୁ ମିଳିଛି ପୁଳାପୁଳା ଟଙ୍କା । ଲାଞ୍ଚ ନେବାର ନୂଆ ତରିକା ଆପଣେଇଥିଲେ ବାବୁ । ଧଳା, ନାଲି ଏବଂ ହଳଦିଆ ଖାମରେ ନେଉଥିଲେ ଲାଞ୍ଚ ଟଙ୍କା । ସେସବୁ ଖାମ କୁ ଜବତ କରିଛି ଭିଜିଲାନ୍ସ । ଆଉ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ଟଙ୍କା ସାଙ୍ଗକୁ ଘରୁ ମିଳିଛି ବିପୁଳ ସୁନାଗହଣା। ଦାମୀ ଘଣ୍ଟା ସହ ଚଷମା ବି ଠାବ ହୋଇଛି । ତେବେ ଖାଲି ଏତିକି ନୁହେଁ ବାବୁଙ୍କ ଘରୁ ମିଳିଛି ୧୩.୪୭ ଲକ୍ଷ ଟଙ୍କାର ଫ୍ଲାଇଟ ଟିକେଟ । ବାବୁଙ୍କର ୬୦ ଲକ୍ଷ ରୁ ଅଧିକ ଟଙ୍କାର ଡିପୋଜିଟ ଠାବ ହେବା ସହ ଘରୁ ୬ ଲକ୍ଷ ୨୩ହଜାର ନଗଦ ଟଙ୍କା ଜବତ ହୋଇଛି । ୨ଟି ଚାରି ଚକିଆ ଏବଂ ୨ଟି ୨ଚକିଆ ଗାଡି ମଧ୍ୟ ଠାବ ହୋଇଛି । ଯନ୍ତ୍ରୀ ବାବୁଙ୍କର ଭୁବନେଶ୍ୱର, ଢେଙ୍କାନାଳ, ଭାପୁର ରେ ୫ଟି ପ୍ଲଟ ଥିବା ଭିଜିଲାନ୍ସ ଚଢ଼ାଉବେଳେ ଜଣାପଡିଛି ।

 

Tags: