ଯୁବକଙ୍କୁ ହତ୍ୟାକରି ନଦୀରେ ଫିଙ୍ଗିଦେଇଥିବା ଅଭିଯୋଗ

ଯୁବକଙ୍କୁ ହତ୍ୟାକରି ନଦୀରେ ଫିଙ୍ଗିଦେଇଥିବା ଅଭିଯୋଗ
Samaya Live News Picture
Published On

ନୟାଗଡ଼ : ଜମିଜମା ବିବାଦରୁ ଯୁବକଙ୍କୁ ହତ୍ୟା । ରାସ୍ତାରୁ ଯୁବକଙ୍କୁ ଉଠାଇ ନେଇ ପିଟି ପିଟି ହତ୍ୟା କରି ନଦୀକୁ ଫିଙ୍ଗିଦେଲେ ମୃତଦେହ । ନୟାଗଡ଼ ସଦରଥାନା ଡାଳିଆମଡା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ଘଟଣାରେ ୮ଜଣଙ୍କୁ ଅଟକ ରଖିଛି ପୋଲିସ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।  ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବକଙ୍କ ମୃତଦେହ ମିଳିପାରିନାହିଁ ।

ସୂଚନାନୁସାରେ, ଗତକାଲି ଡାଳିଆମଡା ଗାଁର ଚିରଞ୍ଜିବୀ ସାହୁଙ୍କ ପୁଅ ଅଭିମନ୍ୟୁ ଗାଁ ଦୋକାନକୁ ଔଷଧ ଆଣିବାକୁ ଯାଇଥିବାବେଳେ ସେଠାରୁ ଗାଁର କିଛି ଲୋକ ଉଠାଇ ନେଇ କ୍ଲବ ଘର ଭିତରେ ତାଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଲୋକଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ପରେ ଶବକୁ ନିକଟସ୍ଥ ନଦୀରେ ଫିଙ୍ଗିଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ସଦରଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କ୍ବାର୍ଡ ଜରିଆରେ ତଦନ୍ତ ଆରମ୍ଭ କରିଛି । କ୍ଲବ ଘରୁ ନଳକୂପ ପାଇପ୍ ଜବତ କରାଯାଇଛି। କ୍ଲବ ଘର କାନ୍ଥରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି । ଘଟଣାରେ ୮ଜଣକୁ ଅଟକ ରଖାଯାଇଥିବାବେଳେ ଅଧିକ ତଦନ୍ତ ଜାରି ରହିଛି ।

 

Tags: