ଦିନିକିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ଦୀପକ ରାଉତ

ଦିନିକିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ଦୀପକ ରାଉତ

ଭୁବନେଶ୍ୱର: ବହୁଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲା I ଦିନିକିଆ ରିମାଣ୍ଡରେ ଗଲା ୨ ଟି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ। ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣାର ତଥ୍ୟ ହାସଲ ପାଇଁ ଦିନିକିଆ ରିମାଣ୍ଡରେ ନେଲା ଖୁଣ୍ଟୁଣି ଥାନା ପୋଲିସ । ଆବଶ୍ୟକ ସ୍ଥଳେ ଦୀପକର ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ । ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ଦୁର୍ଘଟଣା ବୋଲି କହିଥିଲା ଦୀପକ I ତେବେ ଇନ୍ସୁରାନ୍ସ ଟଙ୍କା ହଡପ କରିବା ପାଇଁ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନୁହେଁ, ବରଂ ଯୋଜନା ବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଥିଲେ ଅପର୍ଣ୍ଣାଙ୍କ ପରିବାର। ଏହି ଅଭିଯୋଗରେ ପ୍ରଡକ୍ସନ୍ ୱାରେଣ୍ଟ ବଳରେ ଆଠଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେବ କନଷ୍ଟେବଳ ଦୀପକ ରାଉତ ।  ଆଜି ହାଜର ହେବା ପାଇଁ ଅନୁମତି ଦେଲେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ । 

ସମ୍ବନ୍ଧିତ ଖବର ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୂଚନାନୁସାରେ,ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଦୀପକ ରାଉତ । ୨୦୨୨ ମସିହା  ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର୍ ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋର ପୁର ଠାରେ ତାଙ୍କର ଦୁର୍ଘଟଣା ନେଇ ପୋଲିସ ଆଗରେ କହିଥିଲା ଦୀପକ । କିନ୍ତୁ ପରେ ଅପର୍ଣ୍ଣାଙ୍କ ମୃତ୍ୟୁ ହତ୍ୟା ଜନିତ ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ । ଯାହାକୁ ନେଇ ପରେ ତତ୍କାଳୀନ ତଦନ୍ତକାରୀ ଅଧିକାରୀ, ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

 

ସମ୍ବନ୍ଧିତ ଖବର ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା,ଆଉଜଣେ ଗିରଫ

 

Tags: