ପୋଲିସ ହେପାଜତରେ ଅଭିଯୁକ୍ତର ଆତ୍ମହତ୍ୟା
ନବରଙ୍ଗପୁର: ପୁଣି ହାଜତ ମୃତ୍ୟୁ ଅଭିଯୋଗ । ପୋଲିସ ହେପାଜତରେ ରହି ଆତ୍ମହତ୍ୟା କରିଛନ୍ତି ଅଭିଯୁକ୍ତ । ନବରଙ୍ଗପୁର ଡାବୁଗାଁ ଥାନାରୁ ଆସିଛି ଏପରି ଅଭିଯୋଗ । ଜଣେ ନାବାଳିକା ଅପହରଣକାରୀ ଯୁବକ ପୋଲିସ ହେପାଜତରେ ଥିବା ସମୟରେ ଥାନାର ଶୌଚାଳୟରେ ଜୀବନ ହାରିଥିବା ପୋଲିସ ସୂଚନା ମିଳିଛି ।
ସୂଚନାନୁସାରେ, ମେଦେନା ପଞ୍ଚାୟତ ଅଂଚଳା ଗ୍ରାମର ଜଣେ ପୂର୍ଣ କଲାର ନାମକ ବ୍ୟକ୍ତିଙ୍କୁ ଏକ ଦୁଷ୍କର୍ମ ମାମଲାରେ ଦୁଇ ଦିନ ତଳେ ଡାବୁଗାଁ ପୋଲିସ ଗିରଫ କରିଥିଲା। ଗତକାଲି ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ମଧ୍ୟ ଶେଷ ହୋଇଥିଲା। ଆଜି ପୂର୍ଣ କଲାରର କୋର୍ଟ ଚାଲାଣ ହୋଇଥାନ୍ତା , କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତ ଜଣକ ଜୀବନ ହାରିଛନ୍ତି । ଥାନା ଭିତରେ ଅଭିଯୁକ୍ତର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଥାନା ଭିତରେ ୨୪ ଘଣ୍ଟା ପୋଲିସ କର୍ମଚାରୀଙ୍କ ଉପସ୍ଥିତି ସତ୍ତ୍ୱେ ଜଣେ ଅଭିଯୁକ୍ତ କିପରି ଜୀବନ ହାରିଲେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ଉତ୍ତରାଞ୍ଚଳ ଆରଡିସି ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।



