ଅବଦୂର ରହମାନ ଦୋଷୀ ସାବ୍ୟସ୍ତ
କଟକ : ଅଲ୍ କାଏଦା ଆତଙ୍କବାଦୀ ସ˚ଗଠନ ସହିତ ଲିଙ୍କ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର ରହେମାନ ଦୋଷୀ ସାବ୍ୟସ୍ତ ହୋଇଛି I ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତା ବିରୋଧରେ ଆଜି ଦଣ୍ଡ ଘୋଷଣା କରିଛନ୍ତି I ସେହି ଅନୁସାରେ ତାକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା କରାଯାଇଛି I ଅବଦୁର ସହିତ ସମାନ ଭାବରେ ଆଉ ୩ ଜଣଙ୍କୁ […]
କଟକ : ଅଲ୍ କାଏଦା ଆତଙ୍କବାଦୀ ସ˚ଗଠନ ସହିତ ଲିଙ୍କ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର ରହେମାନ ଦୋଷୀ ସାବ୍ୟସ୍ତ ହୋଇଛି I ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତା ବିରୋଧରେ ଆଜି ଦଣ୍ଡ ଘୋଷଣା କରିଛନ୍ତି I ସେହି ଅନୁସାରେ ତାକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା କରାଯାଇଛି I
ଅବଦୁର ସହିତ ସମାନ ଭାବରେ ଆଉ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ।ସେମାନେ ହେଲେ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମି I ଏମାନେ ଅନ୍ଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନସନ୍ ଆକ୍ଟର ଧାରା ୧୮, ୧୮-ବିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଯେଉଁ ଦଫାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରାଯାଇଛି ସେଥିରେ ଆଜୀବନ କାରାଦଣ୍ଡାଦେଶ ହେବାର ସମ୍ଭାବନା ରହିଛି । ତେବେ ପ୍ରମାଣ ଅଭାବରୁ ଅନ୍ୟ ଦୁଇ ସୟଦ ମହମ୍ମଦ ଜିସାନ ଅଲ୍ଲୀ ଓ ସବିଲ ଅହମଦଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ଖଲାସ କରିଦେଇଥିଲା କୋର୍ଟ ।
ଘଟଣାନୁସାରେ, ଅବଦୁର ରେହେମାନ କୁ ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ ଓଡ଼ିଶାର କଟକ ଟାଙ୍ଗି ଅଞ୍ଚଳରୁ କମିଶନରେଟ ପୋଲିସ ସହାୟତାରେ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା I ତଦନ୍ତ ବେଳେ ଅବଦୁର ରେହମାନକୁ ୧୭ ଥର ରିମାଣ୍ଡରେ ନେଇ ଜେରା କରାଯାଇଥିଲା I ଜେରା ସମୟରେ ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟର ପୋଲିସମାନେ ମଧ୍ୟ ଜେରା କରିଥିଲେ । ଏହି ସମୟରେ ତା’ର ଅନ୍ତର୍ଜାତୀୟ ଆତଙ୍କବାଦ ଲିଙ୍କ ନେଇ ସୁରାକ ମିଳିଥିଲା । ଦିଲ୍ଲୀ ପୋଲିସ ଚାର୍ଜସିଟରେ ଦର୍ଶାଇଥିଲା ଅବଦୁର ରେହମାନ ବେଆଇନ ଭାରେ ପାକିସ୍ତାନ ଯାଇଥିଲା । ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ମୋଷ୍ଟ ଓ୍ଵାଣ୍ଟେଡ୍ ଜାକି-ଉର-ରେହମାନ ଓ ସାଜିଦକୁ ଭେଟିଥିଲା ରେହମାନ । ଏମିତିକି ସେଠାରେ ଥିବା ଅଲକାଏଦା ଆତଙ୍କବାଦୀ ସଙ୍ଗଠନ ମିଶି ଟ୍ରେନିଂ ନେଇଥିବା ଜଣାପଡିଥିଲା I




