ସାଲିଆସାହିରେ ଚଢ଼ାଉକରି ବିପୁଳ ପରିମାଣରେ ଦେଶୀ ମଦ ନଷ୍ଟ କଲେ ସ୍ୱତନ୍ତ୍ର ସ୍କ୍ୱାଡ୍
ଭୁବନେଶ୍ୱର :ପାର୍ବଣକୁ ଆଖିରେ ରଖି ଆକ୍ସନ ମୁଡ଼ରେ ରହିଛି କମିଶନରେଟ ପୋଲିସ I ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅପରାଧୀଙ୍କୁ ଧରିବାସହ ତାଙ୍କ ଘର ମଧ୍ୟ ଭଙ୍ଗା ହେଉଛି I ସେହିଭଳି ଆଜି ଭୁବନେଶ୍ବର ସାଲିଆସାହିରେ କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି I ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଥିଲା I ଏହି ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀମଦ ପୋଚ […]
ଭୁବନେଶ୍ୱର :ପାର୍ବଣକୁ ଆଖିରେ ରଖି ଆକ୍ସନ ମୁଡ଼ରେ ରହିଛି କମିଶନରେଟ ପୋଲିସ I ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅପରାଧୀଙ୍କୁ ଧରିବାସହ ତାଙ୍କ ଘର ମଧ୍ୟ ଭଙ୍ଗା ହେଉଛି I ସେହିଭଳି ଆଜି ଭୁବନେଶ୍ବର ସାଲିଆସାହିରେ କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି I ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଥିଲା I ଏହି ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀମଦ ପୋଚ ସହିତ ବାସୀ ଭାତରେ ପ୍ରସ୍ତୁତ ହାଣ୍ଡିଆକୁ ନଷ୍ଟ କରିଛି ପୋଲିସ । ଏହାସହ ମଦ ପ୍ରସ୍ତୁତି ଲାଗି ଲାଗି ଅନ୍ୟ ସଂରଜାମକୁ ମଧ୍ୟ ଭାଙ୍ଗି ନଷ୍ଟ କରାଯାଇଛି । ଏହି ଚଢ଼ାଉରେ ସାମିଲ ଅଛନ୍ତି ଡିସିପି ପ୍ରତୀକ ସିଂହ ଏବଂ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ ।
ଖବର ଅନୁଯାୟୀ, ଭୁବନେଶ୍ୱର ବସ୍ତିଗୁଡ଼ିକରେ ଅବାଧରେ ନିଶା କାରବାର ହେଉଛି I ଏହି ନିଶା କାରବାର ଯୋଗୁଁ ପ୍ରାୟ ସମୟରେ ଗଣ୍ଡଗୋଳ ସହିତ ହତ୍ୟାକାଣ୍ଡ ମାନ ଘଟୁଛି I ଏହାକୁ ରୋକିବା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ ବର୍ତମାନ ଆକ୍ସନ ମୂଡ଼ରେ ରହିଛି I ସେହିପରି ଆଜି ଭୁବନେଶ୍ୱର ସାଲିଆସାହିରେ ନିଶା କାରବାର ଖବର ପାଇଥିଲା ପୋଲିସ । ଯାହାକୁ ନେଇ ବସ୍ତିରେ ଚଢାଉ କରାଯାଇଥିଲା । ତେବେ ଆଜିର ଚଢ଼ାଉ ସମୟରେ ଘର ଭିତରେ ଗୁପ୍ତ ଘର ଥିବା ଦେଖିବାକୁ ପାଇଥିଲା ପୋଲିସ । ଘର ଭିତରେ ଚୋରା ବାଟ ରହିଛି । ସୁଢ଼ଙ୍ଗ ଭଳି ରାସ୍ତା ଆଉ ଏକ ଘରକୁ ସଂଯୋଗ କରାଉଛି । ଯେଉଁଠି ପ୍ରସ୍ତୁତ ହେଉଛି ଶହ ଶହ ଲିଟର ଦେଶୀ ମଦ । ବ୍ୟାରେଲ୍ ଅଛି, ଦେଶୀ ମଦ ବି ଅଛି । ଏସବୁକୁ ବେଶ୍ ଚାଲାକର ସହ ଲୁଚାଇ ବିକ୍ରି କରାଯାଉଥିଲା । ପୋଲିସ୍ କିମ୍ବା ଆଉ କେହି ଯେପରି ଜାଣି ପାରିବେନି ସେ ନେଇ ସମସ୍ତ ପ୍ରସ୍ତୁତି କରିଥିଲେ ମଦ ବେପାରୀ ।
ପୂର୍ବରୁ ମଧ୍ୟ ସାଲିଆସାହିରେ ଅନେକ ଥର ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆଜିର ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ଦେଶୀ ମଦ ମିଳିଛି ।ଯାହାକୁ ଡିସିପିଙ୍କ ଉପସ୍ଥିତିରେ ନଷ୍ଟ ମଧ୍ୟ କରାଯାଇଛି । ପାର୍ବଣ ଋତୁକୁ ନେଇ ସ୍ପେଶାଲ ଡ୍ରାଇଭ୍ ଚାଲିଛି । ୨ ବର୍ଷ ପରେ ପୂଜା ପାଳନ ହେଉଥିବାରୁ ଅସୁବିଧା ନହେବା ଲକ୍ଷ୍ୟ ଚଢ଼ାଉ କରାଯାଉଛି । ଅପମିଶ୍ରିତ କରି ମଦ ପ୍ରସ୍ତୁତ କରାଯାଉଥିବାରୁ ସ୍ୱାସ୍ଥ୍ୟ ଖରାପ କରୁଛି । ତେଣୁ ଯେଉଁସବୁ ଘରେ ରେଡ୍ ହେଉଛି ଭାଙ୍ଗିବା ପାଇଁ BMC କୁ ଲେଖିବା ପାଇଁ ସେ କହିଛନ୍ତି ।
ସେହିପରି ଯେଉଁଠାରେ କୌଣସି ଅନୈତିକ କାର୍ଯ୍ୟକଳାପ ଚାଲୁଛି ବା କେହି ଦାଦା ବଟି ପାଇଁ ଜୁଲମ କରନ୍ତି ,ତେବେ ହ୍ୱାଟଆପ୍ ଜରିଆରେ ପୋଲିସକୁ ଜଣାଇବାକୁ କମିଶନରେଟ ପୋଲିସ ନମ୍ବର ଜାରି କରିଥିବା ସେ କହିଛନ୍ତି । ହ୍ୱାଟଆପ୍ ନଂ ୭୦୭୭୭୯୮୧୧୧ରେ ସୂଚନା ଦେବାକୁ ଭୁବନେଶ୍ୱର ଡିସିପି ପରାମର୍ଶ ଦେଇଛନ୍ତି ।




