IPL ବେଟିଂ କରି ୮ ଜଣ ଗିରଫ
ଝାରସୁଗୁଡ଼ା : ଠକଙ୍କ କବ୍ଜାରେ ସାରା ରାଜ୍ୟ । ଯେଉଁଠି ନଜର ପକାଇବୁ କିଛି ନା କିଛି ଠକାମି ନିଶ୍ଚତି ଚାଲିଥିବ। ସାଇବର ଠକେଇକୁ ବଳି ଗଲାଣି IPL ବେଟିଂ ଠକେଇ । ଝାରସୁଗୁଡ଼ାରେ IPL ବେଟିଂ କରି ୮ ଜଣଙ୍କୁ ଗିରଫ କରିଛି ପୋଲିସ । IPL ଲାଇଭ ମ୍ୟାଚ ଚାଲିଥିବା ବେଳେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀଛକ ଓ ରାମପୁର ଅଞ୍ଚଳର ଏକ ଭଡାଘରେ ଅଚାନକ ପୋଲିସ ଚଢ଼ାଉ କରିଥିଲା ପୋଲିସ । ସେଠାରୁ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ୫ ଲକ୍ଷ ୯ ହଜାର ୧୦୦ ନଗଦ ଟଙ୍କା ଜବତ କରିଛି l ମ୍ୟାଚ୍ ପାଇଁ ଅନଲାଇନ ମାଧ୍ୟମରେ ବିପୁଳ ଟଙ୍କାର ବେଟ୍ ଲାଗିଥିଲା । ଅନଲାଇନରେ ୩ ଲକ୍ଷ ୭୦ ହଜାର ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ପୋଲିସ l ୨ଟି ଲ୍ୟାପଟପ, ୪୧ଟି ମୋବାଇଲ ଫୋନ, ଗୋଟିଏ ଇନୋଭା କ୍ରିଷ୍ଟା, ଗୋଟିଏ ମାରୁତି ବୋଲେନେ ମଧ୍ୟ ଜବତ କରାଯାଇଛି l ତେବେ ଏହି IPL ବେଟିଂର ମାଷ୍ଟରମାଇଣ୍ଡ କିଏ ସେନେଇ ତଦନ୍ତ ଚଳାଇଛି ପୋଲିସ ।
Tags:



