ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର ୭ ମାଓବାଦୀ ମୃତ

ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର ୭ ମାଓବାଦୀ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସୀମାନ୍ତ ଝାରଖଣ୍ଡ ସରଣ୍ଡା ଜଙ୍ଗଲରେ ପୁଣି ଏନକାଉଣ୍ଟର । ସୁରକ୍ଷାବାହିନୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟି ୭ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓନେତା ଅନଲ ଦସ୍ତେ ରହିଛି । ଅନଲ ମୁଣ୍ଡ ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । 

ସମ୍ବନ୍ଧିତ ଖବର ୧୨ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା,ସମର୍ଥନ କଲା କଂଗ୍ରେସ

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓ କ୍ଯାମ୍ପ୍ ଚାଲିଥିବାର ସୂଚନା ପାଇ କମ୍ଵିଂ ଅପରେସନ କରିଥିଲା ପୋଲିସ। ଏହି ସମୟରେ ଦୁଇ ପକ୍ଷରୁ ମୁହାଁମୁହିଁ ଗୁଳିଚାଳନା କରାଯାଇଥିଲା । ଏଥିରେ ୭ ଜଣ ହାର୍ଡକୋର  ନକ୍ସଲ ନିହତ ହୋଇଛନ୍ତି । ସେଠାରୁ ବହୁ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ 
ମାଓ ସାମଗ୍ରୀ ବି ମିଳିଛି ।

ସମ୍ବନ୍ଧିତ ଖବର ରାଶିଫଳ ୮.୨.୨୦୨୬, ରବିବାର

ଓଡିଶା ଝାଡଖଣ୍ଡ ସୀମାନ୍ତ ଅଞ୍ଚଳ ସରଣ୍ଡା ଜଙ୍ଗଲରେ ମାଓବାଦୀ ଗତିବିଧିକୁ ଦୃଷ୍ଟିରେ ରଖି ଗତ ୨୦ ତାରିଖ ରାତିରେ ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜିଙ୍କ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମାଓବାଦୀଙ୍କୁ ନିପାତ ପାଇଁ ଅନେକ ନିଷ୍ପତ୍ତି ନିଆଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବାବେଳେ ଏନେଇ ଝାରଖଣ୍ଡ ପୋଲିସ ପକ୍ଷରୁ ପ୍ରେସମିଟ କରାଯାଇ ନାହିଁ I

ସମ୍ବନ୍ଧିତ ଖବର ଶିଶୁ ଭବନ ଓଭର ବ୍ରିଜ କାର ଦୁର୍ଘଟଣାରେ ନୀଳାଦ୍ରି ବିହାର ମର୍ଡର ଲିଙ୍କ !

 

Tags: