ତୀର୍ଥଯାତ୍ରୀ ଦଳ ଉପରେ କାର ମାଡିଯାଇ ୭ ମୃତ ,୫ ଗୁରୁତର
ମୁମ୍ବାଇ : ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ରର ସୋଲାପୁରରେ ଘଟିଯାଇଛି ଏକ ମର୍ମନ୍ତୁଦ କାର ଦୁର୍ଘଟଣା I ଦ୍ରୁତ ଗତିରେ ଆସୁଥିବା ଏକ କାର ତୀର୍ଥଯାତ୍ରୀ ଦଳଙ୍କ ଉପରେ ମାଡିଯାଇଥିଲା I ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି I ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି I ମୁମ୍ବାଇଠାରୁ ପ୍ରାୟ ୩୯୦ କିଲୋମିଟର ଦୂରରେ ଥିବା ସାଙ୍ଗୋଲା ସହର ନିକଟରେ ଗତକାଲି ସନ୍ଧ୍ୟା ପ୍ରାୟ ୬ […]
ମୁମ୍ବାଇ : ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ରର ସୋଲାପୁରରେ ଘଟିଯାଇଛି ଏକ ମର୍ମନ୍ତୁଦ କାର ଦୁର୍ଘଟଣା I ଦ୍ରୁତ ଗତିରେ ଆସୁଥିବା ଏକ କାର ତୀର୍ଥଯାତ୍ରୀ ଦଳଙ୍କ ଉପରେ ମାଡିଯାଇଥିଲା I ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି I ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି I
ମୁମ୍ବାଇଠାରୁ ପ୍ରାୟ ୩୯୦ କିଲୋମିଟର ଦୂରରେ ଥିବା ସାଙ୍ଗୋଲା ସହର ନିକଟରେ ଗତକାଲି ସନ୍ଧ୍ୟା ପ୍ରାୟ ୬ .୪୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା I ସୋଲାପୁର ଏସପି ଶିରିଶ ସରଦେଶ ପାଣ୍ଡେ କହିଛନ୍ତି ଯେ, ୩୨ ଜଣ ତୀର୍ଥଯାତ୍ରୀ ଏକ ଶୋଭାଯାତ୍ରାରେ କୋଲହାପୁର ଜିଲ୍ଲାର ଜାତରୱାଡିରୁ ପଣ୍ଡାରପୁର ମନ୍ଦିରକୁ ଯାଉଥିଲେ। । ସାଙ୍ଗୋଲ ସହର ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଏସୟୁ ଭି କାର ନିୟନ୍ତ୍ରଣ ହରାଇ ପଛ ପଟୁ ସେମାନଙ୍କୁ ଧକ୍କା ଦେଇଥିଲା ।
ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଗୁରୁତରମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।




