ଏନକାଉଣ୍ଟରରେ ୬ ମାଓବାଦୀ ସଫା

ଟଳିଲା ହିଡ଼ମା

ଏନକାଉଣ୍ଟରରେ ୬ ମାଓବାଦୀ ସଫା
Samaya Live News Picture
Published On
ମାଲକାନଗିରି : ମାଲକାନଗିରି ସୀମାରେ ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଂକ ଗୁଳିରେ ୬ ମାଓବାଦୀ ସଫା । ସୁକୁମା ଜିଲା ଏରାବୋର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ୬ ମାଓବାଦୀଙ୍କ ମଧ୍ୟରେ ଟପ ମାଓନେତା ମାଡ଼ଭି ହିଡ଼ମାର ମୃତ୍ୟୁ ଘଟିଥିବା ଜଣାପଡିଛି  । ହିଡ଼ମାର ସ୍ତ୍ରୀ ରାଜେ ର ମଧ୍ୟ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ହିଡ଼ମା ମୁଣ୍ଡରେ ୧ କୋଟି ତାଙ୍କର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।
 
ଆଜି ସକାଳେ ଆନ୍ଧ୍ରପ୍ରଦେଶ ଆଲୁରି ସୀତାରାମ ରାଜୁ ଜିଲାରେ ମାରେଡୁମେଲ୍ଲୀରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ୬ଟାରୁ ୭ଟା ମଧ୍ୟରେ ଏନକାଉଣ୍ଟର ଚାଲିଥିଲା । ଗୁଳି ବିନିମୟରେ କୁଖ୍ୟାତ ମାଓନେତାର ମୃତ୍ୟୁ ପରେ ବର୍ତ୍ତମାନ ବଡ କମ୍ବିଂ ଅପରେସନ ଚାଲିଥିବା ଡିଜିପି ହରିଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି ।
 
Tags: