୪୧ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

୩୨ ଜଣଙ୍କ ମୁଣ୍ଡ ଉପରେ ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର

୪୧ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼ : ଭୟରେ ଥରହର ଲାଲବାହିନୀ I ସଂଗଠନ ଛାଡି ମୁଖ୍ୟସ୍ରୋତ ଆଡକୁ ମୁହାଉଁଛନ୍ତି ମାଓବାଦୀ I ଗତ ଚବିଶ ଘଣ୍ଟା ମଧ୍ୟରେ ଛତିଶଗଡ଼ ବିଜେପୁର ପୋଲିସ ନିକଟରେ ୪୧ ଜଣ ମାଓବାଦୀ କରିଛନ୍ତି ଆତ୍ମସମର୍ପଣ I ଏମାନଙ୍କ ମଧ୍ୟରେ ୨୯ ଜଣ ପୁରୁଷ ଏବଂ ୧୯ ମହିଳା କ୍ୟାଡରର ମାଓବାଦୀ ରହିଛନ୍ତି I  ଆତ୍ମସମର୍ପଣ କରିଥିବା ଏହି ନକ୍ସଲ ମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୁଣ୍ଡ ଉପରେ  ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

ସମ୍ବନ୍ଧିତ ଖବର ଭାରତ-ପାକ୍ ଯୁଦ୍ଧବିରାମ ଉପରେ ଆମେରିକା ରାଷ୍ଟ୍ରପତି ଟମ୍ପଙ୍କ ନୂଆ ଦାବି

୯ ନକ୍ସଲ ମାନଙ୍କ ଉପରେ ୮ ଲକ୍ଷ ଟଙ୍କା ଲେଖାଏ, ୩ ନକ୍ସଲ ମାନଙ୍କ ଉପରେ ପ୍ରତ୍ୟେକ ୫ ଲକ୍ଷ ଟଙ୍କା, ୧୨ ଜଣ ନକ୍ସଲଙ୍କୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା, ୮ ଜଣ ନକ୍ସଲଙ୍କୁ ପ୍ରତ୍ୟେକଙ୍କ ଉପରେ ୧ ଲକ୍ଷ ଟଙ୍କା ରହିଥିଲା।

ସମ୍ବନ୍ଧିତ ଖବର ଏଆଇ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନକୁ ସହଜ କରିବ -ଧର୍ମେନ୍ଦ୍ର ପ୍ରଧାନ

ଏହି ଆତ୍ମସମର୍ପଣ କରିଥିବା ନକ୍ସଲ ମାନେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି, ତେଲେଙ୍ଗାନା ରାଜ୍ୟ କମିଟି ଏବଂ ଧମତାରି-ଗାରିଆବନ୍ଦ-ନୂଆପାଦ ଡିଭିଜନ ଭଳି ପ୍ରମୁଖ ନକ୍ସଲ ସଂଗଠନ ସହିତ ଜଡିତ ଥିଲେ। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲ ଭାରତୀୟ ସମ୍ବିଧାନ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଅଧୀନରେ ଏକ ମର୍ଯ୍ୟାଦାଜନକ ଏବଂ ସୁରକ୍ଷିତ ଜୀବନ ବଞ୍ଚିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତ୍ୟେକ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ତୁରନ୍ତ ୫୦,୦୦୦ ଟଙ୍କା ପ୍ରୋତ୍ସାହନ ସ୍ୱରୂପ ମିଳିବ। ସେମାନେ ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ପୁନର୍ବାସ ଯୋଜନାରୁ ମଧ୍ୟ ଲାଭ ପାଇବେ। 

ସମ୍ବନ୍ଧିତ ଖବର ମାଓ କଳି ! ମାଟିତଳୁ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଯିତେନ୍ଦ୍ର କୁମାର ଯାଦବ ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ସମ୍ବିଧାନ ଦିବସରେ ମାଓବାଦୀଙ୍କ ହାତରେ ସମ୍ବିଧାନ ଧରାଇଛି ଛତିଶଗଡ଼ ପୋଲିସ I

ତେବେ ବର୍ତ୍ତମାନ ସୁଦ୍ଧା ବିଜାପୁର ଜିଲ୍ଲାରେ ୫୨୮ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୫୬୦ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଛନ୍ତି । ଗୁଳିବିନିମୟରେ ୧୪୪ ଜଣ ମାଓବାଦୀ ନିହତ ହୋଇଥିବା ପୋଲିସ କହିଛି ।

Tags: