ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
କନ୍ଧମାଳ : କନ୍ଧମାଳରେ ବଡ଼ ଧରଣର ମାଓ ଏନ୍କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ ମାଓନେତା ଗଣେଶଙ୍କ ସହିତ ୪ ନିହତ । ଗଣେଷ ଓଡ଼ିଶା କ୍ୟାଡର ମୁଖ୍ୟ ଥିଲେ । ତାଙ୍କ ମୁଣ୍ଡ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । କନ୍ଧମାଳ ଜିଲ୍ଲା ବେଲଘର ପେଡମ୍ ଜଙ୍ଗଲରେ ଘଟିଛି ଏହି ଏନ୍କାଉଣ୍ଟର । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁଯାୟୀ, ପେଡମ୍ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ଏବଂ ପୋଲିସ ନିକଟରେ ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ସାଦା ପୋଷାକରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଏହି ସମୟରେ ପ୍ରଥମେ ମାଓବାଦୀଙ୍କ ଆଡୁ ଗୁଳି ଚାଳନା କରାଯାଇଥିଲା ।
ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓ ନେତା ଗଣେଶଙ୍କ ସହ ଅନ୍ୟ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସମସ୍ତ ମାଓବାଦୀ ତେଲେଙ୍ଗାନାର । ଦୁଇ ନିହତ ମାଓବାଦୀ ହେଲେ ରାୟଗଡ଼ାର ରାକେଶ ଓ ବିଜାପୁରର ଅମ୍ରିତ ବୋଲି ଜଣାପଡିଛି । ଉଭୟଙ୍କ ମୁଣ୍ଡ ପାଇଁ ଥିଲା ୨୩.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ।




