ନିଖିଲ ହତ୍ୟା ଘଟଣାରେ ୩ଗିରଫ
ରାୟଗଡା : ବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣା ରେ ତିନି ଅଭିଯୁକ୍ତ ଗିରଫ । ସମସ୍ତ ଅଭିଯୁକ୍ତଙ୍କୁ ବିହାର ମଦନପୁର ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ରାୟଗଡା ପୋଲିସ । ଅଭିଯୁକ୍ତମାନେ ହେଉଛନ୍ତି, ଉମେଶ ହିଆଲ,ରାଜ ସିମେଲି, ଅକ୍ଷୟ ସାମଲ ଓରଫ , ଟିଙ୍କୁଲୁ । ଅନ୍ୟ ଅଭିଯୁକ୍ତଙ୍କୂ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ରାୟଗଡା ଏସପି ସ୍ବାତୀ ଏସ୍. କୁମାର । ଏହି ହତ୍ୟାକାଣ୍ଡରେ ଏକାଧିକ ଅପରାଧି ସାମିଲ ଥିବା ବେଳେ ପୋଲିସ ରାଜ୍ୟ ତଥା ରାଜ୍ୟ ବାହାରକୁ ଜାଲ ବିଛାଇଛି । ଏଥିପାଇଁ ମୋଟ ୬ଟି ଟିମ୍ ଗଠନ କରି ତଦନ୍ତ କରାଯାଉଛି ।
ସୂଚନାନୁସାରେ, ଗତ ୯ ତାରିଖ ରାତିରେ ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନ ଆମ୍ବେଦକର ସାହିର ଜଣେ ଯୁବକ ନିଖିଲ ହାଡ଼ପାକୁ କିଛି ଅଜଣା ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ।ରାତି ୧୦ଟା କିଛି ଯୁବକ ଗୋଟିଏ ବୁଲେଟ୍ ଏବଂ ଏକ ଚାରି ଚକିଆ ଗାଡ଼ିରେ ନିଖିଲକୁ ପିଛା କରଥିଲେ । ଏହି ସମୟରେ ନିଖିଲି ଦୌଡ଼ି ପଳେଇବା ସମୟରେ ତାକୁ ଅପହରଣ କରି ଗୁଳି କରି ହତ୍ୟା କରିଥିଲେ ଇ ଏହାପରେ ନିଖିଲଙ୍କ ମୃତ ଦେହକୁ ତୁମ୍ବିଗୁଡ଼ା ନିକଟସ୍ଥ ନାଗାବଳୀ ନଦୀପଠାରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏହି ଘଟଣା ରାୟଗଡ଼ା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପୋଲିସର ସ୍ୱତନ୍ତ୍ର ସ୍କ୍ବାଡ ବିଭିନ୍ନ ସ୍ଥାନରେ ଛାପା ମାରିଥିଲେ । ସହରବାସୀ ଆତଙ୍କିତ ଥିବା ବେଳେ ସହରରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ଏଥିପାଇଁ ମୋଟ ୬ଟି ଟିମ୍ ଗଠନ କରି ପୋଲିସ ଘଟଣାର ତଦନ୍ତ କରି ବର୍ତ୍ତମାନ ସୁଦ୍ଧା ୩ଜଣକୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ।




