ଜିଲାନ୍ସ ଜାଲରେ ୨ ସରକାରୀ ବାବୁ

ଜିଲାନ୍ସ ଜାଲରେ ୨ ସରକାରୀ ବାବୁ
Samaya Live News Picture
Published On

ଆନନ୍ଦପୁର  : ବର୍ଷ ସରିଆସିବା ବେଳକୁ ସକ୍ରିୟ ରହିଛି ଭିଜିଲାନ୍ସ ।  ପ୍ରତିଦିନ ଜାଲରେ ପଡୁଛନ୍ତି ଜଣେ ଜଣେ ସରକାରୀ ବାବୁ । ଆଜି ମଧ୍ୟ କେନ୍ଦୁଝର ଏବଂ କଟକ ଜିଲ୍ଲା ବାରଙ୍ଗର ୨ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି  । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପିଇଓ  ଜିତେନ୍ଦ୍ର ଜେନା ଏବଂ କଟକ ଜିଲ୍ଲା ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି ।  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପିଇଓ  ଜିତେନ୍ଦ୍ର ଜେନାଙ୍କ ଭିଜିଲାନ୍ସ ପକ୍ଷରୁ  ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ। ଏହି ଚଢ଼ାଉରେ ୪ ଡିଏସପି ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।

ଜିତେନ୍ଦ୍ର ଜେନାଙ୍କ ହାଟଡିହିରେ ଥିବା ଆବାସିକ ତିନି ମହଲା କୋଠା, ବସନ୍ତିଆ ବଜାରର ଜଗନ୍ନାଥପୁର ମୌଜାରେ ନୂତନ ଭାବରେ ନିର୍ମିତ ଦୁଇ ମହଲା କମ୍ପ୍ଲେକ୍ସ,ବସନ୍ତିଆ ବଜାରରେ ମା ସରସ୍ୱତୀ ସେଲ୍ସର ଗୋଦାମ,ବିଦ୍ୟାଧରପୁରର ଇଲେକ୍ଟ୍ରୋନିକ୍ସ ଦୋକାନ "ସରସ୍ୱତୀ ସେଲ୍ସ",ହାଟଡିହିର ପଧିଆରପାଲି ଗ୍ରାମରେ ପୈତୃକ ଘର,ବାଞ୍ଚୋ ଜିପି ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି ।

ସେହିପରି,ବାରଙ୍ଗ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତହସିଲଙ୍କ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି। ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା , ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ ମହଲା କୋଠା ଠାବ ହୋଇଛି। ବେଆଇନ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। ୪ ଜଣ ଡିଏସ୍‌ପି, ୭ ଇନ୍ସପେକ୍ଟର, ଜଣେ ଏସ୍‌ଆଇ ଓ ୮ ଏଏସ୍‌ଆଇ ଚଢାଉରେ ସାମିଲ୍ ଅଛନ୍ତି। 

 

Tags: