୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ୨ ଗିରଫ
ଭୁବନେଶ୍ବର : ରାଜଧାନୀରୁ ଜବତ ହେଲା ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର । ୨ ନିଶା ମାଫିଆଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଜଣେ ଅଭିଯୁକ୍ତର ଘର ଝାଡ଼ଖଣ୍ଡ। ତା ନାଁ ମହମ୍ମଦ ବାଦସାହା ହୋଇଥିବା ବେଳେ ଅନ୍ୟଜଣେ ହେଉଛି ଭଦ୍ରକର ଫକରୁଦ୍ଦିନ ଖାଁ । ନିଶା କାରବାର ବେଳେ ସାଦା ପୋଷାକରେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ସେମାନଙ୍କ ନିକଟରୁ ୨୯୦ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୯ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।
ପୋଲିସ କମିଶନର ଏସ ଦେବ ଦତ୍ତ ସିଂହ କହିଛନ୍ତି, ଫକରୁଦ୍ଦିନ ଖାଁ ଜଣେ ଅଭ୍ୟାସଗତ ନିଶା ବେପାରୀ । ସେ ଅନ୍ୟାନ୍ୟ ଅପରାଧିକ କାରବାରରେ ମଧ୍ୟ ଜଡିତ ରହିଛି ଏବଂ ତା' ବିରୁଦ୍ଧରେ ଭଦ୍ରକ ଜିଲ୍ଲାରେ ପୂର୍ବରୁ ଅନ୍ୟୂନ ୯ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏହି ନିଶା କାରବାରର ଚେର କେଉଁ ପର୍ଯ୍ୟନ୍ତ ଯାଇଛି ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ପୋଲିସ କମିଶନର ।
Tags:



