କ୍ରିକେଟ ବ୍ୟାଟରେ ଗଞ୍ଜେଇ ଚାଲାଣ,୨ ଗିରଫ

କ୍ରିକେଟ ବ୍ୟାଟରେ ଗଞ୍ଜେଇ ଚାଲାଣ,୨ ଗିରଫ

ବ୍ରହ୍ମପୁର : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଚାଲାଣ କରୁଥିଲେ ୨ ବେପାରୀ । ବ୍ୟାଟ ଭାଙ୍ଗି ଗଞ୍ଜେଇ ବାହାର କଲା ରେଲୱେ ପୋଲିସ । ବ୍ରହ୍ମପୁର ଷ୍ଟେସନରୁ ଧରାପଡ଼ିଛନ୍ତି ୨ ଗଞ୍ଜେଇ ବେପାରୀ। ଖୋର୍ଦ୍ଧା RPF ଓ ବ୍ରହ୍ମପୁର GRPର ଚେକିଂ ବେଳେ ଧରାପଡ଼ିଛନ୍ତି ୨ ଗଞ୍ଜେଇ ବେପାରୀ । କ୍ରିକେଟ୍ ବ୍ୟାଟ୍‌ରେ ଗଞ୍ଜେଇ ଲୁଚାଇ ରଖିଥିଲେ । ବ୍ୟାଟ ଭାଙ୍ଗି ତା'ଭିତରୁ ୧୭ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ  । ଗିରଫ ୨ ଅଭିଯୁକ୍ତ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଅଲ୍ଲୀ ହୁସେନ ଓ ରୋନି ଶେଖ । ୨୩ଟି ବ୍ୟାକପ୍ୟାକ୍ ଏବଂ ୧୦ଟି କ୍ରିକେଟ୍ ବ୍ୟାଟ୍ ଭିତରେ ଗଞ୍ଜେଇ ଭର୍ତ୍ତି କରି  ଚାଲାଣ କରୁଥିଲେ । ଉଭୟ ଅଭିଯୁକ୍ତଙ୍କୁ ଏନଡିପିଏସ ଆଇନ ଅନୁଯାୟୀ ଗିରଫ କରାଯାଇଛି । ସାଇଣ୍ଟିଫିକ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। କେଉଁଠୁ ଗଂଜେଇ ଚାଲାଣ ହେଉଥିଲା ଏବଂ କାହା ନିକଟକୁ ଯାଉଥିଲା ଏସବୁର ତନାଘନା ଚାଲିଛି

ସମ୍ବନ୍ଧିତ ଖବର କୋର୍ଟ ସମ୍ମୁଖରେ ଯୁବକଙ୍କୁ ବିଭତ୍ସ ହତ୍ୟା

 

ସମ୍ବନ୍ଧିତ ଖବର ତେଲ ଗୁଜବ ! ପେଟ୍ରୋଲ ପମ୍ପରେ ଅସମ୍ଭବ ଭିଡ଼

ସମ୍ବନ୍ଧିତ ଖବର ନାମାଙ୍କନ ଦାଖଲ କଲେ ମନମୋହନ ସାମଲ ଓ ସୁଜିତ କୁମାର

 

 

 

 

Tags: