ଭିଜିଲାନ୍ସ ନାଁରେ ଓଏଏସ ଙ୍କୁ ଠକେଇ,୨ ଗିରଫ

ଭିଜିଲାନ୍ସ ନାଁରେ ଓଏଏସ ଙ୍କୁ ଠକେଇ,୨ ଗିରଫ

ରାଉରକେଲା : ଓଏଏସ ଅଧିକାରୀଙ୍କୁ ବି ଛାଡିଲେନି ଠକ I ନିଜକୁ ଭିଜିଲାନ୍ସ ଅଧିକାରୀ କହି ଜଣେ ଓଏଏସ ଅଧିକାରୀଙ୍କ ଠାରୁ ଠକିନେଲେ ୪ ଲକ୍ଷ ଟଙ୍କା I ଭିଜିଲାନ୍ସ କେସ୍‌ର ଧମକ ଦେଇ ଏମାନେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ । ଠକେଇ ଅଭିଯୋଗରେ ଉଭୟଙ୍କୁ ଗିରଫ କଲା ଭିଜିଲାନ୍ସ । ଉଭୟଙ୍କ ଘର ସୁବର୍ଣ୍ଣପୁର ବୀରମହାରାଜପୁର ଅଂଚଳର ଗଣେଶ ନନ୍ଦ ଏବଂ ପ୍ରଦୀପ ପଣ୍ଡା ବୋଲି ଜଣାପଡିଛି। ଭିଜିଲାନ୍ସ ସହୟତାରେ ରାଉରକେଲା ପୁଲିସ୍‌ ଉଭୟଙ୍କୁ ଗିରଫ କରିଛି ।   ୨ଟି କିସ୍ତିରେ ଓଏଏସ ଅଧିକାରୀଙ୍କଠୁ ୪ ଲକ୍ଷ ଆଦାୟ କରିଥିଲେ । ଅଭିଯୁକ୍ତ ଗଣେଶର ଟ୍ରୁ କଲର୍‌ ଆଇଡିରେ ଭିଜିଲାନ୍ସ ଅଫିସର ସୋ କରୁଥିଲା। ଏହି ମାମଲାରେ ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର  ପୁରୀ ଡାଲମା

Tags: