ଯାଜପୁର ପୋଲିସ ହାତରେ ଧରାପଡ଼ିଲେ ୧୪ କୁଖ୍ୟାତ ଡକାୟତ

ଯାଜପୁର ପୋଲିସ ହାତରେ ଧରାପଡ଼ିଲେ ୧୪ କୁଖ୍ୟାତ ଡକାୟତ

ଯାଜପୁର : ଯାଜପୁର ପୋଲିସକୁ ବଡ ସଫଳତା । ଧରାପଡ଼ିଛନ୍ତି ୧୪ କୁଖ୍ୟାତ ଅପରାଧୀ I ସେମାନଙ୍କ ପାଖରୁ ନଗଦ ୬ ଲକ୍ଷ ଟଙ୍କା,୨୩୦ ଗ୍ରାମ ସୁନା,୨କେଜି ୫୦୦ଗ୍ରାମ ରୂପା ଶହ ଅନେକ ମାରଣା ଅସ୍ତ୍ର ଜବତ ହୋଇଛି । ତାଙ୍କ ନାଁରେ ରହିଛି ୩୦ ରୁ ଉର୍ଦ୍ଧ୍ବ ସଂଗୀନ ମାମଲା ।ଆଜି ପାଣିକୋଇଲି ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଡିଆଇଜି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର ୨୦୦ କୋଟି ମୂଲ୍ୟର ଗଞ୍ଜେଇ ତେଲ ଜବତ

ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଏହି ଦୁର୍ଦ୍ଦାନ୍ତ ଡକାୟତ ମାନେ ଦୁଇଟି ଜିଲ୍ଲାରେ ଆତଙ୍କ ଖେଳାଇଥିଲେ l ବିଳମ୍ବିତ ରାତିରେ ବିଭିନ୍ନ ଅଂଚଳରେ ଘରେ ପଶି ଡକାୟତ କରୁଥିଲେ ଏହି ଗ୍ୟାଙ୍ଗ l ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲଙ୍କ ନେତୃତ୍ୱରେ ନାଇଟ ସୁଇପର ନାମକ ଏକ ଯୋଜନା ପ୍ରସୂତ କରି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଜିଲ୍ଲାର ଧର୍ମଶାଳା,ବ୍ରହ୍ମବରଦା, କୁଆଖିଆ, ବାଲିଚନ୍ଦ୍ରପୁର ଓ ବଡ଼ଚଣା ଅଞ୍ଚଳରେ ଏହି ଟିମ ଦୀର୍ଘ ୫୦ ଦିନ ହେବ ଚଢ଼ାଉ କରୁଥିଲେ l ଏହି ଅପରେସନରେ ଯାଜପୁର ଜିଲ୍ଲାରୁ ୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ଜଣ ପୁରୀ ଅଂଚଳରୁ ଜଣେ ଓ କଟକ ଜିଲ୍ଲାରୁ ଦୁଇଜଣ ଦୁର୍ଦାନ୍ତ ଡକାୟତକୁ ଗିରଫ କରିଛି ଟିମ। 

ସମ୍ବନ୍ଧିତ ଖବର ପ୍ରଣବଙ୍କ ଫାର୍ମ ହାଉସର ଭାଙ୍ଗିଲା ପାଚେରୀ

 

ସମ୍ବନ୍ଧିତ ଖବର ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ ଘଟଣାରେ ମିଳିଲା ପରିଚୟ

Tags: