୧୨୪ କୋଚି ଟଙ୍କା ଠକି ଧରାପଡିଲେ ଅଭିଯୁକ୍ତ
ସମ୍ବଲପୁର: ଅପ୍ରେଲ ୧୮: ସମ୍ବଲପୁରରେ ଠକିନେଲେ ୧୨୪ କୋଟି ଟଙ୍କା । ୧୨୪ କୋଟି ଡିଏସଟି ଠକେଇ ମାମଲାରେ ୪ ଗିରଫ । ଏହି ଅଭିଯୁକ୍ତଙ୍କୁ ରାଉରକେଲାରୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୋଲିସ । ଏଥିରେ ସାମିଲ ଅଛନ୍ତି ଦୁଇ ଜଣ ବ୍ୟାଙ୍କ କର୍ମଚାରୀ ।ଅର୍ବାନ କୋପରେଟିଭ ବ୍ୟାଙ୍କ ରାଉରକେଲା ଶାଖାର ୨ କର୍ମଚାରୀ ମଧ୍ୟରେ ଅଛନ୍ତି ବ୍ୟାଙ୍କର ସହକାରୀ ପରିଚାଳକ ଓ ଜଣେ ବରିଷ୍ଠ କିରାଣି । ଏମାନେ ସମ୍ବଲପୁରର ଜଣେ ବ୍ୟକ୍ତିଙ୍କ […]
ସମ୍ବଲପୁର: ଅପ୍ରେଲ ୧୮: ସମ୍ବଲପୁରରେ ଠକିନେଲେ ୧୨୪ କୋଟି ଟଙ୍କା । ୧୨୪ କୋଟି ଡିଏସଟି ଠକେଇ ମାମଲାରେ ୪ ଗିରଫ । ଏହି ଅଭିଯୁକ୍ତଙ୍କୁ ରାଉରକେଲାରୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୋଲିସ । ଏଥିରେ ସାମିଲ ଅଛନ୍ତି ଦୁଇ ଜଣ ବ୍ୟାଙ୍କ କର୍ମଚାରୀ ।ଅର୍ବାନ କୋପରେଟିଭ ବ୍ୟାଙ୍କ ରାଉରକେଲା ଶାଖାର ୨ କର୍ମଚାରୀ ମଧ୍ୟରେ ଅଛନ୍ତି ବ୍ୟାଙ୍କର ସହକାରୀ ପରିଚାଳକ ଓ ଜଣେ ବରିଷ୍ଠ କିରାଣି । ଏମାନେ ସମ୍ବଲପୁରର ଜଣେ ବ୍ୟକ୍ତିଙ୍କ ପାନ କାର୍ଡ ଓ ବିଭିନ୍ନ ଡକ୍ୟୁମେଣ୍ଟର ଦୁରୁପଯୋଗ କରିଥିଲେ । ଏ ନେଇ ସଂପୃକ୍ତ ବ୍ୟକ୍ତି ଜଣକ ସମ୍ବଲପୁର ଥାନାରେ ଏତଲା ଦେଇଥିଲେ ।୨୦୧୭-୧୮ ଆର୍ଥିକ ବର୍ଷରେ ତାଙ୍କ ପାନ କାର୍ଡର ଅପବ୍ୟବହାର କରି ୧୩ କୋଟି ୭୬ ଲକ୍ଷ ଟଙ୍କା ଜାଲ କାରବାର ହୋଇଥିବା ଆୟକର ବିଭାଗ ସୂଚନା ପାଇଥିଲା । ପରେ ପୋଲିସ ଏକ ମାମଲା ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସମ୍ବଲପୁର ଏସପି ବି. ଗଙ୍ଗାଧର ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ।




