ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
By: Samaya Live News
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ବଡ଼ ଧରଣର ମାଓ ବିରୋଧୀ ଅପରେସନ । କୋଣ୍ଟା - କିସ୍ତିରାମ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ AK -47 ସହ ଇନସାସ ସ୍ୱୟଂଚାଳିତ ବନ୍ଧୁକ ଜବତ ହୋଇଛି । ମୃତ ମାଓବାଦୀଙ୍କ ମଧ୍ୟରେ କୋଣ୍ଟା ଏରିଆ କମିଟିର ୩ ସଦସ୍ୟ ରହିଛନ୍ତି । ଅଧିକ ମାଓବାଦୀ ଲୁଚିଥିବା ସନ୍ଦେହରେ ଜଙ୍ଗଲ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଛି । ଘଟଣାସ୍ଥଳରେ ସୁକମା DRG ଯବାନ ମୁତୟନ ହୋଇଛନ୍ତି ।
ସମ୍ବନ୍ଧିତ ଖବର ୧୦ ରୁ ମିଳିବ ଗ୍ରୀନ ଷ୍ଟିକର
Tags:



