ଆତ୍ମସମର୍ପଣ କଲେ ୧୦ ମାଓବାଦୀ,ମୁଣ୍ଡ ଉପରେ ଥିଲା ୬୫ ଲକ୍ଷ ପୁରସ୍କାର ରାଶି

ଆତ୍ମସମର୍ପଣ କଲେ ୧୦ ମାଓବାଦୀ,ମୁଣ୍ଡ ଉପରେ ଥିଲା ୬୫ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି :  ଭୁଶୁଡି ଯାଉଛି ଲାଲ ଦୁର୍ଗ । କୁମ୍ବିଂ ଅପରେସନ ଯୋଗୁଁ ଅତିଷ୍ଠ ହୋଇପଡିଛନ୍ତି ମାଓବାଦୀ I ସଂଗଠନ ଛାଡି ମୁଖ୍ୟ ସ୍ରୋତ ଆଡକୁ ମୁହାଉଁଛନ୍ତି । ଗତକାଲି ପୁଣି ୧୦ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି I ଏମଙ୍କ ମୁଣ୍ଡରେ ଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି I ଛତିଶଗଡ ସୁକୁମା ଝିରାମ ଘାଟି ମାଓ ହିଂସାର ମାଷ୍ଟର ମାଇଣ୍ଡ ମାଓ ନେତା ଚେତୁ ଓରଫ ଶ୍ୟାମ ଦାଦା ସମେତ ୧୦ ଜଣ ହାର୍ଡକୋର ମାଓବାଦୀ ଅସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି । ଜଗଦଲପୁର ଠାରେ ବସ୍ତର IG ପି ସୁନ୍ଦର ରାଜଙ୍କ ନିକଟରେ  ଆତ୍ମସମର୍ପଣ କରିଛନ୍ତି ।

ସମ୍ବନ୍ଧିତ ଖବର ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ ବେଳେ ଦିଲ୍ଲୀ-ହିମାଚଳ ପୁଲିସ ମୁହାଁମୁହିଁ

ମାଓନେତା ଚେତୁ ତା'ର ୯ ଜଣ ସାଥୀଙ୍କ ସହ  ତେବେ ଆତ୍ମସମର୍ପଣ କରିଛି I ଚେତୁ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ବେଳେ ଅନ୍ୟ ନକ୍ସଲଙ୍କ ନାମରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ୨୦୧୩ ମସିହାରେ ଝିରମ ଘାଟିରେ ହୋଇଥିବା ନକ୍ସଲ ଆକ୍ରମଣରେ ଚେତୁ ମୁଖ୍ୟ ନାୟକ ଥିବା ପୋଲିସ କହିଛି । ୩୩ ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା ଘଟଣାରେ ଚେତୁ ମାଷ୍ଟର ମାଇଣ୍ଡ ଥିଲା । ଆତ୍ମସମର୍ପଣ ପରେ ଦରଭା ନକ୍ସଲ ଡିଭିଜନ ଏକ ପ୍ରକାର ଭାଙ୍ଗି ଯାଇଛି । 

ସମ୍ବନ୍ଧିତ ଖବର ପ୍ରତ୍ୟେକ ହୋର୍ଡ଼ିଂର ହେବ ଥାର୍ଡ଼ ପାର୍ଟି ଇନ୍ସ୍ୟୁରାନ୍ସ

Tags: