କାର ଭିତରୁ ୧୦ ମାରଣାସ୍ତ୍ର ଜବତ,୨ ଅପରାଧୀ ଗିରଫ

କାର ଭିତରୁ ୧୦ ମାରଣାସ୍ତ୍ର ଜବତ,୨ ଅପରାଧୀ ଗିରଫ

ଭୁବନେଶ୍ୱର : କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ହାତରେ ଧରାପଡ଼ିଲେ ୨ କୁଖ୍ୟାତ ଅପରାଧୀ । ଭୁବନେଶ୍ୱର ଖଣ୍ଡଗିରି ଛକରୁ ଏକ କାର୍ ଭିତରୁ ୧୦ରୁ ଅଧିକ ସେମି ଅଟୋମେଟିକ୍ ବନ୍ଧୁକ ସହ ଗୋଟିଏ କାର୍ବାଇନ୍ ଜବତ ହୋଇଛି । ଉକ୍ତ କାରଟିକୁ ଗୋଡେଇ ଗୋଡେଇ ଧରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ । କାର ଭିତରୁ ଚୋରା ବନ୍ଧୁକ କାରବାର ଗ୍ୟାଙ୍ଗର ୨ ଜଣ ଅପରାଧୀଙ୍କୁ  ଧରା ଯାଇଛି । ଦୁଇ ବନ୍ଧୁକ ମାଫିଆଙ୍କ ଘର ଅନୁଗୁଳ ଅଞ୍ଚଳରେ ବୋଲି ଜଣାପଡିଛି ।  

Read More ବିପଦ ଜନକ ଭିଡିଓ ଗେମ୍‌

ଖବର ଅନୁଯାୟୀ, ଏକ କାର୍ ଯୋଗେ ଚୋରା ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ନେଇ କମିଶନରେଟ ପୋଲିସ କୁ ସୂଚନା ମିଳିଥିଲା ।  ଖବର ପାଇ ଖଣ୍ଡଗିରି ଛକରେ ଏକ ସନ୍ଦିଗ୍ଧ କାରକୁ ଅଟକାଇଥିଲା ପୋଲିସ । ତେବେ ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା କାର୍ ଚାଳକ । ହେଲେ ଉକ୍ତ କାର କୁ ଗୋଡ଼ାଇ ଧରିଥିଲା କମିଶନରେଟ ପୋଲିସ । ଏହାପରେ ଯାଞ୍ଚ କରି କାର୍ ଭିତରୁ ୧୦ ମାଉଜର ସହ ଏକ କାର୍ବାଇନକୁ ଜବତ କରିଥିଲା । ୨ ଅପରାଧୀଙ୍କ ସହ ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।

Read More ରାଜ୍ୟର କ୍ଷତିରେ ଚାଲିଛି ୪୧ ଇକୋ ଟୁରିଜିମ୍ - ଜଙ୍ଗଲ ସୁରକ୍ଷା ମନ୍ତ୍ରୀ

 

Read More ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମ,ଦୀଘା ମଡେଲ ମାଷ୍ଟରମାଇଣ୍ଡ ଅଟକ

Tags: